www.samajalive.in
Monday, December 15, 2025
24.1 C
Bhubaneswar

ମେ’ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ

ଭୁବନେଶ୍ବର: ଇଣ୍ଟରନେଟ ସେବା କେତେ ଗୁରୁତ୍ବପୂର୍ଣ୍ଣ ତାହା କରୋନା ପୂରା ଦୁନିଆକୁ ଶିକ୍ଷା ଦେଇସାରିଛି। ସ୍କୁଲ, କଲେଜଠାରୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ ବ୍ୟବସ୍ଥାକୁ ଘରେ ରହି ସୁରୁଖୁରୁରେ ଚଳାଇବାରେ ଇଣ୍ଟରନେଣ୍ଟ ଏହି ବର୍ଷକ ମଧ୍ୟରେ ଖୁବ୍ ସହାୟ ହୋଇଛି। ତେବେ ରାଜ୍ୟରେ ୧୩୯ ବ୍ଲକ ଓ ୨୯୯୪ ଗାଁକୁ ଏପର୍ଯ୍ୟନ୍ତ ଇଣ୍ଟରନେଟ ସଂଯୋଗ ହୋଇନାହିଁ। ଏପରିସ୍ଥଳେ ଉକ୍ତ ଅଞ୍ଚଳର ପିଲାଙ୍କ ପାଠ ପଢ଼ା କିପରି ଚାଲୁଥିବ ତାହା ସ୍ପଷ୍ଟ ବାରି ହେଉଛି। ତାହା ସହିତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟ ପରିଚାଳନା ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ।

ଇଣ୍ଟରନେଟର ଉପାଦେୟତାକୁ ଦେଖି ପୂରା ରାଜ୍ୟକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମେ’ ମାସ ସୁଦ୍ଧା ବାକି ଥିବା ସମସ୍ତ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୮ଟି ଜିଲାର ୩୭୭୦ଟି ପଞ୍ଚାୟତ ଓ ୧୭୫ଟି ବ୍ଲକକୁ ହାଇସ୍ପିଡ ଇଣ୍ଟରନେଟ ସଂଯୋଗ ଯୋଗାଇ ଦିଆଯାଇଛି। ୨୦୨୧ ମେ’ ମାସ ସୁଦ୍ଧା ୧୨ଟି ଜିଲାର ୧୩୩ଟି ବ୍ଲକ ଓ ୨୯୫୪ ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ଯୋଗାଇ ଦିଆଯିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏନେଇ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକାରିତା କମିଟି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏହା ମଧ୍ୟ ନିଷ୍ପତ୍ତି ହୋଇଛି ଯେ ବିଦ୍ୟାଳୟ, ମେଡିକାଲ, ବ୍ୟାଙ୍କ ଏବଂ ସାଧାରଣ ସେବା କେନ୍ଦ୍ର ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବ୍ରଡବ୍ୟାଣ୍ଡ ସଂଯୋଗ ହେବ। ସ୍ୱାସ୍ଥ୍ୟସେବା, ଇ-ଲର୍ନିଂ ଏବଂ ଲାଭଜନକ କୃଷି-ବାଣିଜ୍ୟକୁ ସୁଗମ କରିବା ପାଇଁ ଟେଲି ମେଡିସିନ୍ କେନ୍ଦ୍ର ଏବଂ କୃଷି କିଓସ୍କ ସଂଯୁକ୍ତ ହେବ। ପ୍ରଥମ ପର୍ଯ୍ୟାୟରେ ୩୮୧୦ଟି ପଞ୍ଚାୟତ ଓ ୧୮୧ଟି ବ୍ଲକକୁ ଇଣ୍ଟରନେଟ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପଛରେ ରହିଯାଇଛି ୬ ବ୍ଳକ ଓ ୪୦ ପଞ୍ଚାୟତ।

- Advertisement -

ବୈଠକରେ ଇଲେକ୍ଟ୍ରୋନିକ୍ସ ଏବଂ ଟେଲି ଯୋଗାଯୋଗ ସଚିବ ମନୋଜ କୁମାର ମିଶ୍ର କହିଛନ୍ତି ଓକାକ୍ ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳରେ ମୁଖ୍ୟ ବ୍ୟାଣ୍ଡୱିଥ୍ ପ୍ରଦାନକାରୀ ହେବ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଓକାକ, ଓପିଟିସିଏଲ ଏବଂ ତାରାସଫ୍ଟ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଶକ୍ତି ବିଭାଗ ପ୍ରମୁଖ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ, ଓପିଟିସିଏଲ ଅଧ୍ୟକ୍ଷ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories