www.samajalive.in
Monday, December 8, 2025
16.1 C
Bhubaneswar

‘ବାଜାର’ ର ରିଲିଜ୍‍ ତାରିଖ ଧାର୍ଯ୍ୟ

ମୁମ୍ବଇ : ଦୀର୍ଘଦିନ ଧରି ମୁକ୍ତିଲାଭକୁ ଅପେକ୍ଷା କରିଥିବା ସୈଫ୍‍ ଅଲ୍ଳୀ ଖାନଙ୍କ ଚଳଚ୍ଚିତ୍ର ‘ବାଜାର’ ର ରିଲିଜ୍‍ ତାରିଖ ସାମ୍ନାକୁ ଆସିଛି। ଖବର ଅନୁସାରେ, ଏହି ଚଳଚ୍ଚିତ୍ର ୨୬ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି।
ଚଳିତ ଦିନରେ ସୈଫ୍‍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ହଣ୍ଟର୍‍’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୂଚାନା ଅନୁଯାୟୀ, ସୈଫ୍‍ଙ୍କ ଏହି ଚଳଚ୍ଚିତ୍ର ‘ବାଜାର’ର ପ୍ରସ୍ତୁତି ବହୁତ ଦିନ ହେବ ସରି ଯାଇଥିଲେ ମଧ୍ୟ ରିଲିଜ୍‍ ତାରିଖ ଧାର୍ଯ୍ୟ ହୋଇ ପାରିନଥିଲା। ଚଳଚ୍ଚିତ୍ର ନିର୍ମାତା ନିଖିଲ ଆଡ଼୍‍ଭାନି ଗୁରୁବାର ରାତିରେ ସାମାଜିକ ଗଣମାଧ୍ୟମ ଜରିଆରେ ଚଳଚ୍ଚିତ୍ରର ରିଲିଜ୍‍ ତାରିଖ ଘୋଷଣା କରିଛନ୍ତି। କିଛି ମାସ ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ଏହାର ପୋଷ୍ଟର ରିଲିଜ୍‍ କରିଥିଲେ। ଏହି ଚଳଚ୍ଚିତ୍ରରେ ଗୌରବ ଚାୱଲା ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ସୈଫ୍‍ଙ୍କ ଛଡ଼ା ରୋହନ ମେହେରାଙ୍କୁ ଦେଖିବାକୁ ମିଳିବ, ଯିଏ କି ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼୍‍ରେ ପ୍ରଥମ ଥର ପାଇଁ ପାଦ ଥାପିଛନ୍ତି। ଏଥିସହିତ ଚିତ୍ରାଙ୍ଗଦା ସିଂହ ଓ ରାଧୀକା ଆପ୍ଟେ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରର କାହାଣୀ ନିଖିଲ ପରୱେଜ୍‍ ଶେଖ୍‍ ଓ ଅସୀମା ଅରୋରା ଲେଖିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories