ବାଉଁଶୁଣି:ଦୀର୍ଘ ୫ ବର୍ଷ ପ୍ରତୀକ୍ଷାର ଅନ୍ତପରେ ବାଡ଼ିରେ ଫୁଟିଲା ବ୍ରହ୍ମ କମଳ ଫୁଲ। ଯାହାକୁ ନେଇ ବୌଦ୍ଧ ବ୍ଲକ ଯମଘାଟି ଗ୍ରାମର ମୁକେଶ ଅଗ୍ରୱାଲଙ୍କ ଘରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ ।
ସୂଚନା ମୁତାବକ ୫ ବର୍ଷ ତଳେ ମୁକେଶ ତାଙ୍କ ଏକ ସାଙ୍ଗଙ୍କ ଘରୁ ପତ୍ର ଖଣ୍ଡେ ଆଣି ଘରେ ଲଗାଇଥିଲେ। ପତ୍ରରୁ ଗଛ ହେବାର ୫ବର୍ଷ ପରେ ଏବେ ସମୀରଙ୍କ ବାଡ଼ିରେ ବ୍ରହ୍ମ କମଳ ଫୁଲ ଫୁଟିଛି।
ଯେଉଁ ଫୁଲ ମହାପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ଫୁଲ ହୋଇଥିବା ବେଳେ ଆଜି ବାଉଁଶୁଣି ଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଛି। ଅନ୍ୟପଟେ ଘର ବାଡ଼ିରେ ବ୍ରହ୍ମକମଳ ଫୁଟି ଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି କହିଛନ୍ତି ମୁକେଶ। ବ୍ରହ୍ମକମଳ ଫୁଲ ବିଶ୍ୱର ଏକ ମୂଲ୍ୟବାନ ଫୁଲ ହୋଇ ଥିବା ବେଳେ ଏହାର ବାସ୍ନା ସମସ୍ତ ଙ୍କୁ ଆକୃଷ୍ଟ କରିଥାଏ। ସାଧାରଣତ ଫୁଲ ଟି ରାତିରେ ଫୁଟୁ ଥିବା ବେଳେ ସକାଳ ହେଲେ ମଉଳି ଯାଇଥାଏ।



