www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ଜିଲାରେ ୧୯୬୦ଶହ ହେକ୍ଟର ଚାଷ ଜମିରେ ରବିଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି

ବୌଦ୍ଧ : ବୌଦ୍ଧ ଏକ କୃିଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲାରେ ପ୍ରାୟ ଅଶି ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଶିଳ୍ପ ବିହିନ ଏହି ଜିଲ୍ଲାରେ ଚାଷୀ ଧାନ ଚାଷ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ ଚାଷ କରି କରି ଦି ପଇସା ରୋଜଗାର କରି ପରିବାର ପ୍ରତିପଷୋଣ କରିଥାନ୍ତି। ହେଲେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଜଳ ସଂପଦ ଭରି ରହିଥିଲେ ମଧ୍ୟ ତାହାର ସୁବିନିଯୋଗ ହୋଇପାରୁନାହିଁ।

ଜିଲାରେ ମହାନଦୀ, ବାଘନଦୀ, ସାଲୁଙ୍କି, ତେଲନଦୀ ଭଳି ଓଡିଶାର ପ୍ରମୁଖ ଚିରସ୍ରୋତା ନଦୀମାନ ବୋହି ଯାଇଥିଲେ ମଧ୍ୟ ଏହାର ଜଳକୁ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଭାବରେ ବ୍ୟବହାର କରାଯାଇ ପାରୁନାହିଁ। ଯାହାଫଳରେ ଜିଲ୍ଲାର ଚାଷୀମାନେ ଖରିଫ ଚାଷ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବାବେଳେ ରବି ଚାଷ ପାଇଁ ଜଳ ସେଚନର ସୁବିଧା ନ ଥିôବାରୁ ଚାଷୀ ରବି ଧାନ ଚାଷ କରିବାରୁ ବଂଚିତ ହେଉଛନ୍ତି। ଜମିକୁ ଜଳ ଅଭାବରୁ ରବିରେ ଚାଷୀ ହାତବାନ୍ଧି ବସିରହୁଛି।

- Advertisement -

ଜିଲାର ଭୈାଗଳିକ ସ୍ଥିତିକୁ ଦେଖିଲେ ଜିଲାରେ ୩ଲକ୍ଷ ୫୮ ହଜାର ୨୯୨ ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ଅଧିକାଂଶ ଜମିରେ ପାହଡ ପର୍ବତ ଭରି ରହିଛି। ସେଥିମଧ୍ୟରୁ ୮୫ ହଜାର ୧୮୦ ହେକ୍ଟର ଜମିରେ ଚାଷ କରାଯାଇଥାଏ। ଚଳିତ ବର୍ଷ ଜିଲାରେ ୧୯୬୦ ହେକ୍ଟର ଚାଷ ଜମିରେ ରବି ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ବୌଦ୍ଧବ୍ଲକରେ ୩୦୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ହରଭଙ୍ଗା ବ୍ଲକରେ ୨୮୦ ଓ କଣ୍ଟାମାଳ ବ୍ଲକର ୧୩୮୦ ହେକ୍ଟର ଜମିରେ ରବି ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ପାଣିର ସମସ୍ୟା ପାଇଁ ଅନେକ ସ୍ଥାନରେ ଚାଷ କାମ ପଛେଇଥିବାର ଜଣାପଡିଛି । ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ବିଶେଷ କରି ନଦୀକୂଳମାନଙ୍କରେ ରବି ଫସଲମାନ ହେଉଛି। ଜଳ ସେଚନର ଅସୁବିଧା ଯୋଗୁଁ ଚାଷୀ ସବୁବେଳେ ପାଣିର ସମସ୍ୟାର ସମ୍ମୁଖୀନ ହେଉଛି। ବିଶେଷ ଭାବରେ ଲିଫଟ ପଏଣ୍ଟ ଥିବା ସ୍ଥାନମାନଙ୍କରେ ଚାଷ କରାଯାଉଛି। ଯାହାଫଳରେ ଚାଷ ପ୍ରତି ଚାଷୀ ଆସ୍ତେ ଆସ୍ତେ ବିମୁଖ ହେବାରେ ଲାଗୁଛି। ତେଣୁ ପ୍ରଶାସନ ଜିଲ୍ଲାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜଳସେଚନର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories