mission shakti banner

ଅତାବିରାରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ   

nua o banner
ରେଙ୍ଗାଲିକ୍ୟାମ୍ପ: ପାଖେଇ  ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନୀ କ୍ଷେତ୍ରରୁ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେଲା ପରେ ପ୍ରଚାରରେ ଲାଗି ପଡିଛନ୍ତି ନେତା। ସରଗରମ ହୋଇ ଉଠିଛି  ରାଜନୀତି ବାତାବରଣ। ଦିନକୁ ଦିନ ଚଳଚଞ୍ଚଳ ହୋଇ ଉଠିଛନ୍ତି ଭୋଟର।
ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡିର ବରଗଡ଼ ଲୋକସଭା ପ୍ରାର୍ଥୀ   ପରିଣିତା   ମିଶ୍ର ଓ ଅତାବିରା ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ  ଆଜି     ହନୁମାନ ମନ୍ଦିର, ଦୁର୍ଗା ମନ୍ଦିର, ରାମଚଣ୍ଡୀ ମନ୍ଦିର ଦର୍ଶନ କରି ଅତାବିରାରୁ  ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ହସ୍ପିଟାଲ ଛକ ହନୁମାନ ମନ୍ଦିରରୁ  ଶଙ୍ଖ ନାଦ ର ଶୁଭ  ଧ୍ଵନି ସହ   ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଏକ  ବିରାଟ  ଶୋଭାଯାତ୍ରା ହୋଇଥିଲା।ଦଳୀୟ ନୀତି ନିୟମକୁ ଠିକ ଭାବରେ ପାଳନ କରି ଭୋଟରଙ୍କ ନିକଟସ୍ଥ ହେବା ସହ ବିଗତ ବର୍ଷ ମାନଙ୍କରେ ହୋଇଥିବା ବିକାଶୋନ୍ମୁଖୀ କାର୍ଯ୍ୟ ଗୁଡ଼ିକ ବର୍ଣ୍ଣନା କରିବା ପାଇଁ ପ୍ରାର୍ଥୀମାନେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଶୋଭାଯାତ୍ରାରେ  ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ଏନଏସି ଅଧ୍ୟକ୍ଷ ବନମାଳୀ ବରିହା ,ସିଦ୍ଧାର୍ଥ ଶଙ୍କର ପଣ୍ଡା , ଟଙ୍କ ଦାଶ, ସମସ୍ତ କାଉନସିଲର ଓ ବହୁ ସଂଖ୍ୟାରେ ବିଜେଡି କର୍ମୀ  ତଥା ବିଜେଡି କୁ ସମର୍ଥନ କରୁଥିବା ଜନ ସାଧାରଣ   ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Comments are closed.