ଲୋକକଳା ମାଧ୍ୟମରେ ସଚେତନତା କାର୍ୟ୍ୟକ୍ରମ 

ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାଉଁଶୁଣି ମାଁ ମାହେଶ୍ୱରୀ ମହିଳା ସଂଙ୍କୀର୍ତ୍ତନ୍ୟ ମଣ୍ଡଳୀ ଗତ ସୋମବାର ଦିନ ବାଉଁଶୁଣି ପଞ୍ଚାୟତର ବୈଦ୍ୟନାଥପୁର, ବାଉଁଶୁଣି, ଛେଲିବାହାଲ ଓ ବୁଧବାର ଦିନ ଡିମିରିପାଲି, ଜମଘାଟି, ଖଣ୍ଡଜମି ଗ୍ରାମ ମାନଙ୍କରେ ସଂଙ୍କୀର୍ତ୍ତନ୍ୟ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ୍ ଯୋଜନା, ମମତା ଯୋଜନା, ମିଶନ ଶକ୍ତି, ଫସଲ ବୀମା, ୫ଟି ହାଇସ୍କୁଲ୍ ରୂପାନ୍ତରଣ, ଆମ ବ୍ୟାଙ୍କ୍, ଲକ୍ଷ୍ମୀ ବସ୍ ଆଦି ବିଭିନ୍ନ ଯୋଜନା ବିଷୟରେ ଲୋକ ନିକଟରେ ସଚେତନତା କାର୍ୟ୍ୟକ୍ରମ କରୁଛନ୍ତି। ଏହି ସଂଙ୍କୀର୍ତ୍ତନ୍ୟ ମଣ୍ଡଳୀରେ ଗାୟିକା ଅନୁଜା ବେହେରା, ବାହକ ପବିତ୍ର ପୋଢ଼ଙ୍କ ସମେତ ଉସତ ଆଡ଼ଯୁଆଳି, ରଞ୍ଜିତ ଲଉରିଆ, ଶେଷ ଦେହୁରୀ, କରୁଣା ସାହୁ ସହଯୋଗ କରୁଛନ୍ତି।

Comments are closed.