www.samajalive.in
Monday, December 15, 2025
17.1 C
Bhubaneswar

ଜାଣନ୍ତୁ, କେଉଁ ସମୟରେ ସ୍ନାନ କରିବା ଦ୍ବାରା କ’ଣ ହୋଇଥାଏ

ହିନ୍ଦୁ ଧର୍ମ ଅନୁଯାୟୀ, ମନୁଷ୍ୟ ନିଜର ଦୈନନ୍ଦିନ ଜୀବନରେ କିଛି ନା କିଛି କାର୍ଯ୍ୟ କରିଥାଏ। ସେହି କାର୍ଯ୍ୟର କିଛି ମହତ୍ତ୍ବ ମଧ୍ୟ ରହିଛି। ପ୍ରାଚୀନ କାଳରେ ସ୍ନାନ ସମ୍ବନ୍ଧରେ କିଛି ନିୟମ ରହିଛି। ସେହି ନିୟମ ପାଳନ କରିବା ଦ୍ବାରା ମନୁଷ୍ୟର ଉନ୍ନତି ହୋଇଥାଏ। ପ୍ରାୟତଃ ଲୋକେ ପ୍ରାତଃ ସମୟରେ ସ୍ନାନ କରିଥାଆନ୍ତି। ମୁଖ୍ୟତଃ ମହିଳାମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିଥାଆନ୍ତି। କିନ୍ତୁ ଅଧିକତଃ ସମୟ ଦେଖି ସ୍ନାନ କରିଥାଆନ୍ତି। ବିଭିନ୍ନ ସମୟରେ ସ୍ନାନ କରିବା ଦ୍ବାରା ଭିନ୍ନ ଭିନ୍ନ ଫଳ ପ୍ରାପ୍ତି ହୋଇଥାଏ।

ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବାର ତାତ୍ପର୍ଯ୍ୟ :

- Advertisement -

ମହିଳାମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିବା ଦ୍ବାରା ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏହାଦ୍ବାରା ଘରେ ସୁଖଶାନ୍ତି ମଧ୍ୟ ବଜାୟ ରହିଥାଏ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ, ଅନେକ ବ୍ୟକ୍ତି ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ନ କରି ଡେରିରେ ସ୍ନାନ କରିଥାଆନ୍ତି। ଏପରି କରିବା ଦ୍ବାରା ଅନେକଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଏହାସହ ଘରେ ଅଶାନ୍ତିର ବାତାବରଣ ଦେଖାଯାଇଥାଏ।

ପ୍ରକୃତିର କିଛି ନିୟମ ନ ମାନିବା ଦ୍ବାରା ବିପରୀତ ଫଳ ମିଳିଥାଏ। ତେଣୁ ସଠିକ ସମୟରେ ସ୍ନାନ କରିବା ଉଚିତ। ଶାସ୍ତ୍ର ଅନୁସାରେ, ସ୍ନାନ ମୁଖ୍ୟତଃ ୪ପ୍ରକାରର ରହିଛି। ଆସନ୍ତୁ ଜାଣିବା ସେଗୁଡିକ କ’ଣ ..

ମୁନୀ ସ୍ନାନ :

ସାଧାରଣତଃ ମୁନିମାନେ ଭୋର ୪ଟାରୁ ୫ଟା ଭିତରେ ସ୍ନାନ କରିଥାଆନ୍ତି। ଏହାକୁ ମୁନୀ ସ୍ନାନ କୁହାଯାଏ। ଏହି ସମୟରେ ସ୍ନାନ କରିବା ଦ୍ବାରା ଘରେ ସର୍ବଦା ସୁଖଶାନ୍ତି ବଜାୟ ରହିଥାଏ।

ଦେବ ସ୍ନାନ :

ଏହି  ସ୍ନାନ ସକାଳ ୫ଟାରୁ ୬ଟା ମଧ୍ୟରେ କରାଯାଇଥାଏ। ଏହି ସମୟରେ ସ୍ନାନ କରିବା ଦ୍ବାରା ଘରର ଆର୍ଥିକ ସ୍ଥିତି ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ।

ମାନବ ସ୍ନାନ :

ସକାଳ ୬ଟାରୁ ୮ଟା ଭିତରେ କରାଯାଉଥିବା ସ୍ନାନକୁ ମାନବ ସ୍ନାନ କୁହାଯାଏ। ଏହି ସମୟରେ ସ୍ନାନ କରିବା ଦ୍ବାରା ଆଂଶିକ ଫଳ ପ୍ରାପ୍ତି ହୋଇଥାଏ। ଆର୍ଥିକ ସମସ୍ୟା ଅଧିକ ଦେଖା ଦେଇନଥାଏ।

ରାକ୍ଷସୀ ସ୍ନାନ :

ସକାଳ ୮ଟା ପରେ ଯେଉଁ ସ୍ନାନ କରାଯାଏ ତାକୁ ରାକ୍ଷସୀ ସ୍ନାନ କୁହାଯାଇଥାଏ। ଏହି ସମୟରେ ସ୍ନାନ କରିବା ଅନୁଚିତ। ଏପରି କରିବା ଦ୍ବାରା ଆର୍ଥିକ ସମସ୍ୟା ଦେଖାଯିବା ସହ ପରିବାର ସଦସ୍ୟଙ୍କୁ ଅନେକ ଅସୁବିଧାରର ସମ୍ମୁଖୀନ ହେବାକୁ ପଡିଥାଏ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories