www.samajalive.in
Monday, December 15, 2025
26.1 C
Bhubaneswar

ଅପରାହ୍ନ ୨ଟାରେ ଭାରତ ଫେରିବେ ଅଭିନନ୍ଦନ, ୱାଘା ବର୍ଡରରେ ଉତ୍ସବର ମାହୋଲ

ନୂଆଦିଲ୍ଲୀ: ଭାରତୀୟ ସୀମା ଉଲ୍ଲଂଘନ କରି ଉଡୁଥିବା ଏକ ପାକିସ୍ତାନୀ ଯୁଦ୍ଧ ବିମାନକୁ ଘଉଡାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପିଓକେରେ ଖସିପଡ଼ିଥିବା ଭାରତୀୟ ବାୟୁସେନାର ମିଗ-୨୧ ବିମାନର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଆଜି ପାକିସ୍ତାନ ଭାରତକୁ ଫେରାଇବ। ୱାଘା ବର୍ଡର ଦେଇ ପାକିସ୍ତାନୀ ଯବାନମାନେ ଅପରାହ୍ନ ପ୍ରାୟ ୨ଟାରେ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବେ। ଏଥିପାଇଁ ୱାଘା ବର୍ଡରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଅଭିନନ୍ଦନଙ୍କୁ ସ୍ବାଗତ କରିବା ଲାଗି ଭାରତୀୟ ଯବାନମାନେ ପ୍ରତୀକ୍ଷା କରିଛନ୍ତି। ସୂଚନା ମୁତାବକ, ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଭିନନ୍ଦନ ସେଥିରୁ ବାହାରି ଆସିଥିଲେ। କିନ୍ତୁ ତାଙ୍କ ପାରାଚୁଟ ପିଓକେରେ ଖସିପଡ଼ିବାରୁ ସେଠାରୁ ପାକିସ୍ତାନୀ ସେନା ତାଙ୍କୁ ଗିରଫ କରିନେଇଥିଲା। ମାତ୍ର ଜେନେଭା ଚୁକ୍ତି ଅନୁସାରେ ଅଭିନନ୍ଦନକୁ ଉତ୍ତମ ବ୍ୟବହାର ସହ ତୁରନ୍ତ ଫେରାଇଦେବାକୁ ଭାରତ ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା। ଅନ୍ୟପଟେ ତୁରନ୍ତ ପାଇଲଟଙ୍କୁ ଭାରତକୁ ଫେରାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପାକିସ୍ତାନ ଉପରେ ଚାପ ପଡିଥିଲା। ବିଶେଷ କରି ନିଜକୁ ଏକଦା ପାକିସ୍ତାନର ସର୍ବକାଳୀନ ବନ୍ଧୁ ଦର୍ଶାଇଥିବା ଚୀନ ମଧ୍ୟ ଏ ନେଇ ଚାପ ପକାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories