www.samajalive.in
Sunday, December 7, 2025
26.1 C
Bhubaneswar

ତୃଷାର୍ତ୍ତଙ୍କ ଶୋଷ ମେଣ୍ଟାଇ ପାରୁନି ବସୁଧା

ନର୍ଲା: ସାଧାରଣ ଲୋକଙ୍କ ପିଇବା ପାଣି ସୁବିଧାରେ ଉପଲବ୍ଧ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟିକୋଟି ଅର୍ଥରାଶି । ରାଜ୍ୟ ରାଜକୋଷରୁ ଅର୍ଥରାଶି ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଓଭର୍ ହେଡ୍ ପାଣି ଟାଙ୍କି(ବସୁଧା) ଯଥା ସମୟରେ ଲୋକଙ୍କ କାମରେ ଆସୁନି । ନର୍ଲା ବ୍ଲକର ଅନେକ ଗାଁରେ ବସୁଧା ନିଜେ ଅସୁବିଧା ଭୋଗି ଅଚଳ ହୋଇ ପଡିଥିବା ବେଳେ ରୁପ୍ରାରୋଡ ପଞ୍ଚାୟତ ଅଧିନସ୍ଥ ଲାଖଗୁଡା ଗ୍ରାମରେ ବହୁଦିନ ହେଲା ବସୁଧାର ନିର୍ମାଣ ଶେଷ ହୋଇଥିଲେ ହେଁ ତାହା ଜୀବନ୍ୟାସ ପାଇ ପାରିନାହିଁ । ପ୍ରଚଣ୍ଡ ଖରା କାରଣରୁ କୂଅ, ନଳକୂଅ, ବନ୍ଧ, ପୋଖରୀ ଓ ଜଳାଶୟ ଗୁଡିକ ଜଳଶୂନ୍ୟ ହୋଇ ଯାଇଛି । ପାଣି ଟିକକ ବର୍ତ୍ତମାନ ମହଙ୍ଗା ଓ ଅମୂଲ୍ୟ ହୋଇଥିବା ବେଳେ ସରକାରୀ ସ୍ତରରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ଫେଲ୍ ମାରିଛି, ଫଳରେ ସ୍ଥାନୀୟ ଲୋକେ ପାଣି ଟିକକ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି ବସୁଧାର ନିର୍ମାଣ ଶେଷ ହୋଇ ପ୍ରାୟ ୬ ମାସ ବିତି ଯାଇଛି । କେଉଁ କାରଣରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ ବୋଲି ବିଭାଗୀୟ ଉପଖଣ୍ଡୀୟ ଅଧିକାରୀ କେସିଙ୍ଗା ରାଜେଶ କୁମାର ଗଡନାୟକଙ୍କୁ ପଚାରିବାରୁ ସେ ସମସ୍ତ କାମ ସରି ଯାଇଛି ହେଲେ ବିଦ୍ୟୁତ ସଂଯୋଗ ହୋଇ ପାରିନଥିବାରୁ ଏହା କାମ କରିନି ବୋଲି ପ୍ରକାଶ କରିଥିଲେ । ସେହିପରି ବିଦ୍ୟୁତ ସଂଯୋଗକାରୀ ସଂସ୍ଥାର ମୁଖ୍ୟ ଉତ୍ପଳ ଦାସଙ୍କୁ ପଚାରିବାରୁ ବିଦ୍ୟୁତ ସଂଯୋଗ କରିବାରେ କିଛି ସମସ୍ୟା ରହିଥିଲା ତେଣୁ ଏହାର ବିଳମ୍ବ ହୋଇଛି, ବର୍ତ୍ତମାନ ଏହାର ସମାଧାନ ହୋଇଛି ଓ ଖୁବ ନିକଟରେ ବିଦ୍ୟୁତ ସଂଯୋଗ ହେବ ବୋଲି ସେ ପ୍ରକାଶ କରିଥିଲେ । ତେବେ ବିଦ୍ୟୁତ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ଏଥି ପ୍ରତି ଆନ୍ତରିକତା ରଖି ଏହାକୁ ବହୁ ପୂର୍ବରୁ ସମାଧାନ କରି କାର୍ଯ୍ୟକ୍ଷମ କରିବା ଉଚିତ୍। କାରଣ ଏଥିରେ ସାଧାରଣ ଜନତାଙ୍କ ବଞ୍ଚିବାର ସ୍ବାର୍ଥ ନିହିତ ରହିଛି । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories