ବସନ୍ତ ବେହେରାଙ୍କ ଶ୍ରାଦ୍ଧବାର୍ଷିକ ଉତ୍ସବ-ସ୍ମୃତି ବଖାଣୁଛି ଛାତ୍ର ବତ୍ସଳତାର ପରିଚୟ
ବାସୁଦେବପୁର: ବଦଳିଛି ସମୟ । ସମୟର ତାଳେ ତାଳେ ଗୁରୁ ଶିଷ୍ୟର ପରମ୍ପରା ଓ ସଂପର୍କ ଧିରେ ଧିରେ ପରିବର୍ତ୍ତିତ ହେବାରେ ଲାଗିଛି । ମାତ୍ର ଆଜିର ସଭାରେ ଆପଣାର ଗୁରୁଙ୍କ ସ୍ମୃତି ହିଁ ବଖାଣୁଛି ଛାତ୍ର ବତ୍ସଳତାର ପରିଚୟ ବୋଲି ସଭାରେ ଉପସ୍ଥିତ ଅତିଥିମାନେ ମତପୋଷଣ କରିଛନ୍ତି । ବାସୁଦେବପୁର ତହସିଲ ଅଧିନ ସାନକୃଷ୍ନପୁର ପଞ୍ଚାୟତର ଚାନ୍ଦିମାଳସ୍ଥିତ କେକେଜିପି ହାଇସ୍କୁଲ ପରିସରରେ ସ୍ୱର୍ଗତଃ ପ୍ରଧାନଶିକ୍ଷକ ବସନ୍ତ କୁମାର ବେହେରାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ଆନୁକ୍ୟଲ୍ୟରେ ପ୍ରଧାନଶିକ୍ଷକ ବସନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ କବି ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ନିଜର ସ୍ୱର୍ଗତଃ ପ୍ରଧାନଶିକ୍ଷକଙ୍କ ଗାରିମା,ଛାତ୍ରବତ୍ସଳ,ନିତୀ ଓ ଆଦର୍ଶ ସଂପର୍କରେ ଆଲୋକପାତ କରିଥିଲେ ।
କେକେଜିପି ହାଇସ୍କୁଲର ବିନ୍ଧାଣୀଙ୍କ ପାଇଁ ଏହି ଅଞ୍ଚଳ ଶିକ୍ଷାବିତ, ସମାଜସେବୀମାନଙ୍କୁ ପାଇ ପାରିଛି ବୋଲି ସନାତନ ବିଶ୍ୱାଳ ଭାବ ବିହ୍ୱଳିତ ଭାବରେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ଶଶିକାନ୍ତ ପଲେଇ ଯୋଗଦେଇ ନିଜର ମତପୋଷଣ କରିଥିଲେ । ଛାତ୍ର ସଂସଦର ସଭାପତି ଆଦିତ୍ୟ ଉଦୟ ବିଶ୍ୱାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ, ପୁରାତନ ଛାତ୍ର ସଂସଦର ଛାତ୍ରଛାତ୍ରୀ ଓ ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ ।
Comments are closed.