www.samajalive.in
Friday, December 12, 2025
23.1 C
Bhubaneswar

ଗୋଚର ଜମିରୁ ଗଛ କଟାକୁ ବିରୋଧ

ବାସୁଦେବପୁର : ଗୋଚର ଜମିରୁ ଗଛ କଟାକୁ ବିରୋଧ। ଚତୁର କାଠ ମାଫିଆଙ୍କ ରଣ କୈାଶଳ ନିକଟରେ ହାର ମାନିଛି ପ୍ରଶାସନ। ଆକାଶିଆ କାଠଗଣ୍ଡିକୁ ବନ ବିଭାଗ ଜବତ ଗୋଚର କରିବା ସମୟରେ କେତେକ ମହିଳା ଏହାକୁ ଅଟକ କରିଛନ୍ତି। ଏହି କାଠଗଣ୍ଡି ଗୋଚର ଜମିରେ ହୋଇଥିବାରୁ ଏହା ବନ ବିଭାଗର ନୁହେଁ ତେଣୁ ବନବିଭାଗ କାହିକିଁ ଜବତ କରିବ ବୋଲି ପଚାରିବା ସହିତ ତହସିଲଦାର କୈାଣସି କାର୍ଯ୍ୟାନୁଷ୍ଠାନ ନେଇନପାରିବା କାରଣରୁ ଖାଲି ହାତରେ ଫେରିଛନ୍ତି ବନ ବିଭାଗର କର୍ମଚାରୀ ।

ସୂଚନା ମୁତାବକ ବାସୁଦେବପୁର ତହସିଲ ଅଧିନ ବଢେଇପଦାସ୍ଥିତ ଗୋଚର ଜମିରେ ଥିବା ଆକାଶିଆ ଗଛକୁ କଟାଯାଇ ଟ୍ରାକ୍ଟରେଯାଗେ ନେଉଥିବା ବେଳେ ସ୍ଥାନୀୟ କେତେକ ଯୁବକ ଏହାକୁ ଅଟକାଇ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଟାଯାଇଥିବା ଆକାଶିଆ ଗଛ ଗୋଚର ଜମିରେ ଥିବା କାରଣରୁ ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲେ।

- Advertisement -

ସ୍ଥାନୀୟ କେତେକ ମହିଳା ବନ ବିଭାଗର କର୍ମଚାରୀଙ୍କୁ ପାଲଟା ପ୍ରଶ୍ନ କରି କାଠଗଣ୍ଡିକୁ ଜବତ କରିବାକୁ ଦେଇନଥିଲେ । ଏସଂପର୍କରେ ତହସିଲଦାର ଜାଣିବା ପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେଇନପାରିବା କାରଣରୁ ବନ ବିଭାଗକୁ ଖାଲି ହାତରେ ଫେରିବାକୁ ପଡିଛି ବୋଲି ରେଞ୍ଜର କପିଳେନ୍ଦ୍ର ପ୍ରଧାନ ଜଣାଇଛନ୍ତି । ଏନେଇ ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡା କୁହନ୍ତି, ଗୋଚର ଜମିରୁ ବେଆଇନ ଭାବେ ଗଛକାଟିବାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବନ ବିଭାଗ ସହ ଯୋଗାଯୋଗ କରାଯାଉଛି ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories