www.samajalive.in
Friday, December 12, 2025
27.1 C
Bhubaneswar

ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ, ସ୍ବାମୀ-ସ୍ତ୍ରୀ ମୃତ

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ବାଇପାସ ନିକଟ ଜାତୀୟ ରାଜପଥ-୧୬ ଠାରେ ଆଜି ସନ୍ଧ୍ୟା ୯ ଟା ବେଳେ ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା ଏକ ଟ୍ରକ ଗୋଟିଏ ବାଇକକୁ ପଛପଟୁ ଧକ୍କା ଦେବାରୁ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଲେ କନିଷି ଅଞ୍ଚଳର ଦୁର୍ଗାପ୍ରସାଦ ଶତପଥୀ(୩୫) ତାଙ୍କ ସ୍ତ୍ରୀ ଚିନ୍ମୟରାଣୀ ଶତପଥୀ(୨୩)। ଟ୍ରାଫିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଗାପ୍ରସାଦଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ଦୁର୍ଗାପ୍ରସାଦ ଜଣେ ଶିକ୍ଷକ ବୋଲି ଶୁଣିବାକୁ ମିଳୁଛି। ତାଙ୍କ ଘର ପୋଲସରାର ହୋଇଥିବା ବେଳେ ସେ କନିଷି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ।  ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ସମେତ ଦୁର୍ଘଟଣାଗସ୍ତ ବାଇକକୁ ଜବତ କରିଛି ା ଟ୍ରକ ଚାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନା ପ୍ରକାରେ  ଆଜି ରାତି ୯ଟା ବେଳେ ଦୁର୍ଗାପ୍ରସାଦ ଓ ଚିନ୍ମୟୀ ଏକ ବାଇକରେ ବ୍ରହ୍ମପୁର ସହରକୁ କୌଣସି କାମରେ ଆସୁଥିଲେ।  ଲାଞ୍ଜିପଲ୍ଲୀ ବାଇପାସ ଛକ ନିକଟରେ ଥିବା ଏକ ଲଜ୍ ସମ୍ମୁଖ ରାସ୍ତାରେ ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା ଏକ ଟ୍ରକ ଉକ୍ତ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଇକ ଚଳାଉଥିବା ଦୁର୍ଗାପ୍ରସାଦ ଓ ପଛରେ ବସିଥିବା ଚିନ୍ମୟରାଣୀ ରାସ୍ତାରେ କଚାଡି ହୋଇ ପଡିଥିଲେ। ଚିନ୍ମୟୀରାଣୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଦୁର୍ଗପ୍ରସାଦଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ତେବେ ଏହି ଦୁର୍ଘଟଣା ପରେ ଲାଞ୍ଜିପଲ୍ଲୀ ବାଇପାସ ଠାରେ ତୁରନ୍ତ ଓଭରବ୍ରିଜ ନିର୍ମାଣ ଦାବିରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories