www.samajalive.in
Monday, December 15, 2025
26.1 C
Bhubaneswar

ବାପାଙ୍କ ସହ ପୁଣି କାମ କରିବେ ବରୁଣ

ଡେଭିଡ୍ ଧୱନ୍ ଓ ପୁଅ ବରୁଣ ଧୱନ୍ ତୃତୀୟ ଥର ଏକତ୍ର କାମ କରିବାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦୁହେଁ ‘ମେ ତୈରା ହିରୋ’, ‘ଜୁଡ଼ୱା-୨’ରେ କାମ କରିଛନ୍ତି। ନିର୍ଦେଶକ ଭାବେ ଡେଭିଡ୍ କହିଛନ୍ତି ସୁଟିଂ ସେଟରେ ପୁଅ ବରୁଣ ମୋତେ ଦେଖିଲେ ସଚେତନ ରହେ। ହେଲେ ମୁଁ ତାକୁ ସବୁବେଳେ ପରାମର୍ଶ ଦିଏ, କାମ କଲାବେଳେ ସମ୍ପର୍କ ଭୁଲି ବରଂ କାମକୁ ପ୍ରାଧାନ୍ୟ ଦେବା ଶ୍ରେୟସ୍କର। ପୁଅ ବରୁଣର କାମରେ ଆତ୍ମସନ୍ତୋଷ ପ୍ରକାଶ କରୁଥିବା ଡେଭିଡ୍ ପୁଣି ଏକ ନିଷ୍ପତ୍ତି ନେଇଛନ୍ତି।
ଏବେ ନିଜ ଆଗାମୀ ଚଳଚ୍ଚିତ୍ର ‘କଲଙ୍କ’ ପାଇଁ ବରୁଣ ବ୍ୟସ୍ତ ଅଛନ୍ତି। ଯଥାଶୀଘ୍ର ଏହାର ସୁଟିଂ ଶେଷ ହେଲେ ବରୁଣ ପିତାଙ୍କ ନିର୍ଦେଶିତ ଚଳଚ୍ଚିତ୍ରରେ କାମ ଆରମ୍ଭ କରିବେ ବୋଲି ଶୁଣାଯାଉଛି। ଏ ବାବଦରେ ବରୁଣ କହିଛନ୍ତି, ନିଜ ହୋମ୍-ପ୍ରଡକ୍ସନରେ କାମ କଲାବେଳେ ସେ ବେଶ୍ ଆଶ୍ବସ୍ତି ଅନୁଭବ କରନ୍ତି। ତେବେ କେତେକ ଦୃଶ୍ୟର ସୁଟିଂ ସମୟରେ ପିତା ଡେଭିଡଙ୍କ ସମ୍ମୁଖରେ ତାଙ୍କୁ ଅସହଜ ଲାଗେ। ନିକଟରେ ବରୁଣ ଅଭିନୀତ ‘ଅକ୍ଟୋବର’ ଚଳଚ୍ଚିତ୍ର ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories