www.samajalive.in
Sunday, December 14, 2025
26.1 C
Bhubaneswar

ଇନ୍ଦ୍ରାବତୀରୁ ଆଉ ୧୧ ମାଓବାଦୀଙ୍କ ଶବ ଉଦ୍ଧାର, ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି

ନାଗପୁର : ମହାରାଷ୍ଟ୍ରର ଗାଡ୍‌ଛିରୋଲି ଜିଲାରେ ପ୍ରବାହିତ ଇନ୍ଦ୍ରାବତୀ ନଦୀରୁ ମଙ୍ଗଳବାର ସକାଳେ ଆଉ ୧୧ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ତିନି ଦିନ ମଧ୍ୟରେ ମାଓବାଦୀଙ୍କ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ନଦୀରେ ଭାସୁଥିବା ଶବଗୁଡ଼ିକ ଫୁଲି ଯାଇଛି। ତେଣୁ ରବିବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟ ବେଳେ ଖସିପଳାଇବା ଚେଷ୍ଟାରେ ଏହି ମାଓବାଦୀମାନେ ନଦୀରେ ପଶି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ସେହିପରି ଏହି ମାଓବାଦୀମାନେ ଗୁଳି ବିନିମୟ ବେଳେ ଆହତ ହୋଇ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିବା କୁହାଯାଉଛି । ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୋମବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଗାଡ୍‌ଛିରୋଲି ଜିଲାରେ ସୁରକ୍ଷା କର୍ମୀ ଓ ପୁଲିସ୍‌ ପକ୍ଷରୁ ମିଳିତ ତଲାସୀ ଅଭିଯାନ ଜାରି ରହିଛି। ଏପଟେ ସୋମବାର ଅହେରି ତଲସିଲ ଅଧୀନ ରାଜାରାମ ଖାନଲା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୬ ମାଓବାଦୀ ନିହତ ହୋଇଛନ୍ତି । ଏହା ପୂର୍ବରୁ ରବିବାର ଭାମ୍‌ରାଗଡ ସହର ସନ୍ନିକଟ ତାଡ୍‌ଗାଓଁ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୬ ମାଓବାଦୀ ନିହତ ହୋଇଥିଲେ । ଏହି ତିନି ଘଟଣାକୁ ମିଶାଇ ତିନି ଦିନ ମଧ୍ୟରେ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୩୩ ମାଓବାଦୀ ପ୍ରାଣ ହରାଇଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories