www.samajalive.in
Sunday, December 14, 2025
23.1 C
Bhubaneswar

ଘରେ ବୋମା ବିସ୍ଫୋରଣ; ୪ ଆହତ

ଢେଙ୍କାନାଳ: ବୋମା ବିସ୍ଫୋରଣ ଘଟି ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ଗନ୍ଦି‌ଆ ବ୍ଲକ ଝାରଦା ଗାଁରେ ହାତୀ ଘଉଡ଼ାଇବା ପାଇଁ ପୀତବାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବୋମା ରଖାଯାଇଥିଲା । ସେହି ପରିବାର ଜଣେ ଶିଶୁ ଏହାକୁ ଜାଣି ନପାରି ଖେଳନା ଭାବି ହାତରେ ଗଡାଇ ଦେଇଥିଲା।  ଫଳରେ ବୋମାଟି ଫାଟିଥିଲା । ଏଥିରେ ଉକ୍ତ ଶିଶୁ ସମେତ ଘରର ଅନ୍ୟ ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ବୃଦ୍ଧା ରହିଥିବା ଜଣାପଡିଛି ।  ଏହି ବିସ୍ଫୋରଣ ପୀତବାସ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories