www.samajalive.in
Monday, December 8, 2025
14.1 C
Bhubaneswar

ବରପାଲିରେ ଆମରଣ ଅନଶନକୁ ଓହ୍ଲାଇଲା କୃଷକମଞ୍ଚ

ବରପାଲି : ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଧାନବସ୍ତା ରଖି ଅଚଂଳର ବ୍ଲକ କୃଷକମଞ୍ଚ ପକ୍ଷରୁ ଟୋକନ ବ୍ୟବସ୍ଥାର ସମାଧାନ ଦିଗରେ କର୍ତ୍ତୁପକ୍ଷଙ୍କ ବିରୋଧରେ ଆମରଣ ଅନଶନକୁ କୃଷକମଞ୍ଚ ଓହ୍ଲାଇଥିବା ଜଣାପଡିଛି।
ଗୁରୁବାର ପୁର୍ବାହ୍ନରେ କର୍ତ୍ତୁପକ୍ଷଙ୍କ ବିରୋଧରେ ବ୍ଲକ କୃଷକ ମଞ୍ଚ ତହସିଲ କାର୍ଯ୍ୟାଳୟ ମୂଖ୍ୟଦ୍ୱାର ସମ୍ମୁଖରେ ଆମରଣ ଅନସନ ମାଧ୍ୟମରେ ଧାରଣାରେ ବସିଥିଲେ। ସଂଧ୍ୟା ସମୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନିକାନ୍ତ ଦାଶ,ତହସିଲଦାର ଅକ୍ଷୟ କୁମାର ବାଘ,ବ୍ଲକ ଯୋଗାଣ ଅଧିକାରୀ ରଞ୍ଜନ ନାଏକ,ଥାନାଧିକାରୀ ରୋଜାଲିନ ପଟେଲ ଓ ବିଧାୟିକା ପ୍ରତିନିଧି ଟିକାଏତ ମହତ୍ତମ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଅନଶନକାରୀ ମାନଙ୍କ ସହ ସମର୍ଥର୍ନରେ ବସିଥିବା ଆନ୍ଦୋଳନକାରୀ ମାନଙ୍କୁ ବିଭିନ୍ନ ପ୍ରତିଶୃତି ମାଧ୍ୟମରେ ବହୁ ବୁଝାସୁଝା କରିବା ସହ ଅନଶନରୁ ଓହରିବା ପାଇଁ କହିଥିଲେ।
କୌଣଷି ସିଦ୍ଧାନ୍ତ ମୁଳକ ସମାଧାନର ବାଟ ନମିଳିବାରୁ ଆନ୍ଦୋଳନକାରୀ ମାନେ ନିଜ ଜିଦରେ ଅଟଳ ରହିଥିଲେ। ପରେ କର୍ମକର୍ତ୍ତା ମାନେ ଧାରଣାସ୍ଥଳରୁ ବାହାରି ଅନ୍ୟତ୍ର ଚାଲିଯାଇଥିଲେ। ଆନ୍ଦୋଳନକୁ ସମର୍ଥନ ଜଣାଇ ବହୁ କୃଷକ ମାନଙ୍କ ସମେତ ସ୍ଥାନିୟ କଂଗ୍ରେସ ଦଳିୟ ନେତୃବୃନ୍ଦ ସହାୟତା କରୁଥିବା ଦେଖିବାକୁ ମିଳିଥିଲା।
ଗତ ୨୧ତାରିଖ ସୋମବାର ପୁର୍ବାହ୍ନରେ ଚାଷୀମାନେ ତହସିଲ ଛକ ୨୬ନମ୍ବର ଜାତିୟ ରାଜପଥକୁ ଅବରୋଧ କରିବା ସହ ଧାରଣାରେ ବସିଥିଲେ। ରାସ୍ତା ଅବରୋଧ ଦୁଇଘଣ୍ଟା ବିତିଗଲା ପରେ ବରଗଡ଼ ଉପ ଜିଲ୍ଲାପାଲ ସୁଭେନ୍ଦ୍ର କୁମାର ସାମଲ ସ୍ଥାନିୟ ତହସିଲଦାର ଅକ୍ଷୟ ବାଘ,ଥାନାଧିକାରୀ ରଜାଲିନ ପଟେଲ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିବା ସହିତ ଆଲୋଚନା ମାଧ୍ୟମରେ ଦୁଇଦିନ ମଧ୍ୟରେ ସମସ୍ୟାର ଉଚିତ ସମାଧାନ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ହେଲେ ଦୁଇଦିନ ବିତିଗଲା ପରେ ମଧ୍ୟ ସମସ୍ୟାଟି ଯଥାପୁର୍ବଂ ତଥା ପରଂ ନିତିରେ ସମସ୍ୟାରହିତ ଭାବେ ଆଗେଇ ଚାଲିଲା। ପରେ  ପୁଲିସ  ବିଭାଗିୟଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗିୟ କର୍ମଚାରୀ ମାନେ ଅନଶନରେ ବସିଥିବା ଚାଷୀ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ରକ୍ତଚାପ ମାନ ଚେକ କରିଥିଲେ। ଚାଷୀ ମାନଙ୍କ କହିବାକଥା ଯୋଗାଣ ବିଭାଗ ଜାଣିଶୁଣି ଆମମାନଙ୍କୁ ଅସହଯୋଗିତା କରୁଛି ଓ ସରକାରୀ କର୍ମକର୍ତ୍ତା ମାନଙ୍କ ପ୍ରତିଶୃତି ଅବିଳମ୍ବେ ପୂରଣ କରାଯାଉ,ଟୋକନ ପ୍ରଦାନରେ ଟାଳଟୁଳ ନିତି ଓ ଧାନବିକ୍ରିରେ ସରଳିକରଣ ସମେତ ୬ଦଫା ଦାବୀକୁ ନେଇ ପ୍ରତିବାଦ ଜଣାଇଥିଲେ। ଗତ ୪ତାରିଖରୁ ଚାଷୀ ତାର ଉପାର୍ଜିତ ଧାନ ଗଣ୍ଡାକ ବିକିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟୋକନ ବ୍ୟବସ୍ଥାର ଉଚିତ ସମାଧାନ ନାଁରେ ବିଭିନ୍ନ ସମୟରେ ପ୍ରସାସନିକ କର୍ମକର୍ତ୍ତା ମାନେ ପହଞ୍ଚି କେବଳ ପ୍ରତିଶୃତି ଦେଉଥିବା ଅଭିଯୋଗ ମାନ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories