ବାରିପଦା : ବିଚ୍ ରାସ୍ତାରେ ଗୁଳିମାଡ। ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଗୁଳିମାଡ ହୋଇଛି। ବାରିପଦା ଏନଏଚ୍ ୧୮ ଅସନଯୋଡା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୫ ରାଉଣ୍ଡ ଗୁଳି କରି ୩ ଜଣ ଦୁର୍ବୁତ୍ତ ଚମ୍ପଟ୍ ମାରିଛନ୍ତି। ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ଗୋଡାଇ ଗୋଡାଇ ଗୁଳି କରିଛନ୍ତି। ଯୁବକଙ୍କ ମୁଣ୍ଡ ଏବଂ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଲୁଟ୍ ପାଇଁ ଯୁବକଙ୍କୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି।
Popular Categories



