www.samajalive.in
Saturday, December 6, 2025
26.1 C
Bhubaneswar

ଲୋକପ୍ରିୟ ଟିଭି ଶୋ’ ‘ଅନୁପମା’ର ସୁଟିଙ୍ଗ୍‌ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର ଫିଲ୍ମ ସିଟିରେ ରୁପାଲି ଗାଙ୍ଗୁଲୀଙ୍କ ଲୋକପ୍ରିୟ ଟିଭି ଶୋ’ ‘ଅନୁପମା’ର ସେଟ୍‌ରେ ସୋମବାର ଅର୍ଥାତ୍‌ ଜୁନ୍‌ ୨୩ରେ ସକାଳ ସମୟରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଭୋର ପ୍ରାୟ ୫ଟାରେ ଏହି ନିଆଁ ଲାଗି ଥିବା ବେଳେ ସୁଟିଙ୍ଗ୍‌ ଆରମ୍ଭ ହେବାର ୨ ଘଣ୍ଟା ପୂର୍ବରୁ ସେଟ୍‌ଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି । ଏହି ଅଘଟଣ ଘଟିବା ସମୟରେ ଅନେକ କର୍ମଚାରୀ ସୁଟିଙ୍ଗ୍‌ର ଆରମ୍ଭର ପୂର୍ବ ପ୍ରସ୍ତୁତି କରୁଥିଲେ । ସୌଭାଗ୍ୟବଶତଃ କୌଣସି କର୍ମଚାରୀ ଆହତ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମାତ୍ର ଅନେକ ପରିମାଣରେ ଜିନିଷପତ୍ର ପୋଡିଯିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ସୂଚନା ମିଳିଛି ।

ଦୀର୍ଘ ବର୍ଷ ପରେ ମହାଶକ୍ତିଶାଳୀ ଯୋଗ: ଏକାଠି ହେବେ ସୂର୍ଯ୍ୟ-ଶନି, ଏହି ରାଶିଙ୍କୁ କରିବେ ମାଲାମାଲ୍‌, ମିଳିବ ବଡ ସଫଳତା

- Advertisement -

ଘଟଣା ପରେ, ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ (ଏଆଇସିଡବ୍ଲ୍ୟୁଏ) ଏକ ବିବୃତ୍ତି ଜାରି କରି ଅବହେଳାକୁ ନିନ୍ଦା କରିଛି ଏବଂ ଅଗ୍ନିକାଣ୍ଡର କାରଣର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏଆଇସିଡବ୍ଲ୍ୟୁଏ  ସମସ୍ତ ସୁଟିଂ ସ୍ଥାନରେ ଅଗ୍ନିକାଣ୍ଡ ଭଳି ପରିସ୍ଥିତିର ମୁକାବିଲା ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଉପରେ ଜୋର ଦେଉଛି।

ଦେଖନ୍ତୁ ଛାତିଥରା ଭିଡିଓ; ନଦୀରେ ନାବାଳକକୁ ଟାଣି ନେଲା କୁମ୍ଭୀର

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories