www.samajalive.in
Saturday, December 6, 2025
19.1 C
Bhubaneswar

ଇରାନ୍‌-ଇସ୍ରାଏଲ ଯୁଦ୍ଧ ; ଇସ୍ରାଏଲ୍‌କୁ କ୍ଷମା କରାଯିବା ନାହିଁ- ଖାମନେଇ

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଉଭୟ ଦେଶ ପରସ୍ପର ଉପରେ ଏବେ ମଧ୍ୟ କ୍ଷେପଣାସ୍ତ୍ର ମାଡ କରି ଚାଲିଛି । ଗତକାଲି ଆମେରିକା ମଧ୍ୟ ଇରାନ ଉପରେ ଆକ୍ରମଣ କରିଛି । ଏହାପରେ ଇରାନର ସର୍ବୋଚ୍ଚ ନେତା ଖାମନେଇ ନିଜ ଏକ୍ସ ଆକାଉଣ୍ଟ ପୋଷ୍ଟ ଶେୟାର କରି କହିଛନ୍ତି କି ସେ ଇସ୍ରାଏଲକୁ କ୍ଷମା କରିବେ ନାହିଁ । ତାକୁ ଦଣ୍ଡ ଦେବା ପାଇଁ ଶପଥ ମଧ୍ୟ କରିଛନ୍ତି । ପୋଷ୍ଟ ଅନୁଯାୟୀ, ତେଲ ଅଭିଭ ଉପରେ ଆକ୍ରମଣକୁ ତୀବ୍ର କରାଯାଇପାରିବ। ମାତ୍ର ସେ ଆମେରିକୀୟ ଆକ୍ରମଣ ବିଷୟରେ କିଛି ମଧ୍ୟ ଉଲ୍ଲେଖ କରି ନାହାଁନ୍ତି ।

ଦେଖନ୍ତୁ ଛାତିଥରା ଭିଡିଓ; ନଦୀରେ ନାବାଳକକୁ ଟାଣି ନେଲା କୁମ୍ଭୀର

- Advertisement -

ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ କହିଛନ୍ତି, ଇରାନ ଉପରେ ଆକ୍ରମଣର ଲକ୍ଷ୍ୟ “ଇରାନର ପରମାଣୁ ସମୃଦ୍ଧି କ୍ଷମତାକୁ ନଷ୍ଟ କରିବା ଏବଂ ବିଶ୍ୱର ଏକ ନମ୍ବର ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଦେଶକୁ ରୋକିବା । ସେ ଆହୁରି ମଧ୍ୟ ଚେତାବନୀ ଦେଇ କହିଛନ୍ତି, ଏବେ ମଧ୍ୟପ୍ରାଚ୍ୟରେ ଗୁଣ୍ଡାଗିରି ବନ୍ଦ କରିବାକୁ ପଡିବ ଏବଂ ଶାନ୍ତି ପ୍ରତିଷ୍ଠା କରିବାକୁ ପଡିବ। ଯଦି ସେମାନେ ଏହା ନକରନ୍ତି, ତେବେ ଭବିଷ୍ୟତରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପାରେ, ଯାହା କାରଣରୁ ସେଠାରେ ଆକ୍ରମଣ ବୃଦ୍ଧି ପାଇବ।

ଦୀର୍ଘ ବର୍ଷ ପରେ ମହାଶକ୍ତିଶାଳୀ ଯୋଗ: ଏକାଠି ହେବେ ସୂର୍ଯ୍ୟ-ଶନି, ଏହି ରାଶିଙ୍କୁ କରିବେ ମାଲାମାଲ୍‌, ମିଳିବ ବଡ ସଫଳତା

ଆମେରିକା ଇରାନ ପ୍ରତିଷ୍ଠିତ ସଂସ୍ଥା ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି। ୱାଶିଂଟନରୁ ଆକ୍ରମଣ ପରେ ୟୁଏନଏସସିର ଜରୁରୀକାଳୀନ ବୈଠକରେ, ଇରାନ କହିଛି ଯେ ଆମ ପାଖରେ ନିଜକୁ ସୁରକ୍ଷା ଦେବା ପାଇଁ ସମସ୍ତ ସୁରକ୍ଷିତ ବିକଳ୍ପ ଅଛି। ଅନ୍ୟପକ୍ଷରେ, ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶର ସହଯୋଗୀମାନେ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ସମର୍ଥନ କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories