www.samajalive.in
Sunday, December 7, 2025
23.1 C
Bhubaneswar

ତୁମେ କ’ଣ କଲେକ୍ଟର ହୋଇଯାଇଥିଲ, ଝିଅର ଉତ୍ତର ଶୁଣି ପିଟିପିଟି ହତ୍ୟା କଲା ବାପା

ସମାଜ ଡିଜିଟାଲ ଡେସ୍କ: ବାପା, ତୁମେ କେଉଁ କଲେକ୍ଟର ହୋଇଯାଇଥିଲ କି? ତୁମେ ମଧ୍ୟ କମ୍‍ ନମ୍ବର ପାଇଥିଲ । ଏହି ପ୍ରଶ୍ନ ୧୭ବର୍ଷୀୟ ଜଣେ ଝିଅ ତା’ର ବାପାଙ୍କଚ ପଚାରିଥିଲା, କିନ୍ତୁ ଉତ୍ତରରେ ତାଙ୍କୁ ବାଡି ଆକାରରେ ମିଳିଥିଲା । କେବଳ ସେତିକି ନୁହେଁ, ବାପାର ମାଡ ଏତେ ଭୟଙ୍କର ଥିଲା ଯେ ସାଧନାଙ୍କ ଜୀବନ ଚାଲିଯାଇଥିଲା । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ସାଙ୍ଗଲି ଜିଲାର ନେଲକରଞ୍ଜି ଗାଁରେ ଘଟିଛି । ମୃତକ ଆଟପଡିର ଏକ ସ୍କୁଲରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ, ଏବଂ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ତାଙ୍କ ବାପା ଧାଣ୍ଡିରାମ ଭୋସଲେ, ଯିଏକି ଜଣେ ପ୍ରଧାନଶିକ୍ଷକ ଅଛନ୍ତି । ନିଟ୍‍ ପରୀକ୍ଷାରେ ଝିଅ କମ୍‍ ନମ୍ବର ପାଇବା ପରେ ବହୁତ ରାଗି ଯାଇଥିଲେ ପ୍ରଧାନଶିକ୍ଷକ ବାପା ।

ସୂଚନା ଅନୁଯାୟୀ ଝିଅର ନିଟ୍‍ ପରୀକ୍ଷାରେ କମ୍‍ ମାର୍କ ଥିବାରୁ ଝିଅକୁ କାଠ ବାଡିରେ ଅତି ନୃସଂଶ ଭାବେ ପିଟିବାରେ ଲାଗିଥିଲେ । ଝିଅର ଅବସ୍ଥା ଗୁରୁତର ହେବା ସତ୍ୱେ ବାପା ତାଙ୍କୁ ଡାକ୍ତରଖ।।ନ ନେଇ ନଥିଲେ । ପରଦିନ ସକାଳେ ପ୍ରଧାନଶିକ୍ଷକ ଥିବା ବାପା ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଳାଇଥିଲେ । ଯେତେବେଳେ ସେ ଘରକୁ ଫେରିଲେ ଝିଅ ଅଚେତ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

- Advertisement -

ଝିଅ ପ୍ରତି ଜଣେ ବାପାଙ୍କର ଏଭଳି ଅମାନବୀୟ ଆଚରଣକୁ ନେଇ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ବାପାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories