www.samajalive.in
Tuesday, December 9, 2025
15.1 C
Bhubaneswar

ବରତୁଣ୍ଡାରେ ଲକ୍ଷ୍ମୀ ପୂଜା ମହୋତ୍ସବ

ବରଗଡ଼ : ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମରେ ସୋମବାର ମହାସମାରୋହରେ ଜଗତ ଜନନୀ ମାଆ ଲକ୍ଷ୍ମୀ ପୂଜା ମହୋତ୍ସବଆରମ୍ଭ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ଵାରା ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ କଳସ ଶୋଭାଯାତ୍ରାରେ ଅଙ୍ଗ ନଦୀରୁ ଯଥା ରୀତିନୀତି ସହ ପୂଜା ବିଧି କରି ପୂର୍ଣ୍ଣ କଳସ ଆଣି ସ୍ଥାପନ କରାଯାଇ ପୂଜା ଆରମ୍ଭ କରାଯାଇଛି ।

ପଣ୍ଡିତ ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ତତ୍ତ୍ଵାଧାନରେ ପୂଜା କର୍ତ୍ତା ରୂପେ କନ୍ଦର୍ପ ବଛା ଓ ତାଙ୍କ ସହ ଧର୍ମିଣୀ ଭାଗ୍ୟ ଲତା ହେର୍ଣା ସମ୍ପାଦନା କରୁଛନ୍ତି । ମନୋରଞ୍ଜନ ନିମିତ୍ତ ନାଟ୍ୟକାର ଲଳିତ ଜଗତଙ୍କ ନିର୍ଦ୍ଦେଶନାରେ ମୁରସୁର ଦରବାର,  ସୁମୁଦ୍ର ମସ୍ଥନ, ମାଆ ଲକ୍ଷ୍ମୀଙ୍କ ଜନ୍ମ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ଉତ୍ସବକୁ ଯୁବ ନେତା ଜିଲା ପରିଷଦ ବିଶ୍ଵନାଥ ବଗ୍ ସମେତ ପ୍ରଶାନ୍ତ ପଟ୍ଟନାୟକ, ବେଣୁଧର ସାହୁ , କୁନା ଗୀର୍ଣା, ରୁକ୍ମଣ ଧରୁଆ , ତ୍ରିଲୋଚନ ହେର୍ଣ୍ଣା,ସୁଶାନ୍ତ ହେର୍ଣ , କୁଲଦେବ ଦାଉ , ସତ୍ୟ ହେର୍ଣ୍ଣ। , ପ୍ରଶାନ୍ତ ବଗ୍ , ସୁମନ୍ତ ବାଗ୍ , ପ୍ରଦୀପ ପଟ୍ଟନାୟକ , ଟଙ୍କଧର ପୋଡ଼, ବନମାଳୀ ବିନାଟ ପ୍ରମୁଖ ଗ୍ରାମବାସୀଙ୍କ ତତ୍ତ୍ଵାବଧାନରେ ଚାଲିଥିବା ବେଳେ ଅଞ୍ଚଳ ବେଶ ଉତ୍ସାହ ଉଦ୍ଦୀପନା ଲାଗି ରହିଥିବା ଦେଖାଦେଇଛି । ଏହି ମହୋତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହେବାସହ ପ୍ରତିଦିନ ପ୍ରବଚନ ସହ ‘ ମୁରା ସର ଦର୍ ବାର’ , ଅପେରା ନାଟକ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ହେବାପାଇଁ ସ୍ଥିରୀକୃତ ହୋଇଥିବା କମିଟି ତରଫରୁ ଜଣା ଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories