www.samajalive.in
Monday, December 15, 2025
16.1 C
Bhubaneswar

ଆଶୀର୍ବାଦଙ୍କ ଜ୍ୱାଇଁଙ୍କୁ ଇଡିର ୩ ଘଣ୍ଟା ଜେରା

ଭୁବନେଶ୍ୱର : ବାରବାଟୀ ଜମି ଦୁର୍ନୀତି ଘଟଣାରେ ଓଡ଼ିଶା ଅଲିମ୍ପିକ ଆସୋସିଏସନ୍‌(ଓଓଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ୩ଘଣ୍ଟା ଜେରା କରାଯାଇଛି । ପୂର୍ବରୁ ତାଙ୍କୁ ସମନ କରାଯାଇ ହାଜର ହେବାକୁ ନୋଟିସ ଦିଆ ଯାଇଥିଲା।
ଗୁରୁବାର ପୂର୍ବାହ୍ନରେ ସଞ୍ଜିତ୍‌ ଇଡି କାର୍ଯ୍ୟାଳୟରେ କେତେକ କାଗଜପତ୍ର ଧରି ପହଞ୍ଚିଥିଲେ। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଇଡିର ଅଧିକାରୀମାନେ ତାଙ୍କୁ ଗୁଡେଇ ତୁଡେଇ ପଚରାଉଚରା କରିଥିଲେ। ଜମି ଦୁର୍ନୀତି କାରବାର ଘଟଣାର ତଦନ୍ତ କରୁଥିବା ଇଡି ଶ୍ରୀ ବେହେରା, ତାଙ୍କ ପୁଅ ଓ ଜ୍ୱାଇଁଙ୍କ ବିରୋଧରେ ୨୦୧୭ରେ ମାମଲା ରୁଜୁ କରିଥିଲା। ବାରବାଟୀ ଜମି ଦୁର୍ନୀତି ଘଟଣାରେ ଶ୍ରୀ ବେହେରାଙ୍କୁ ଏବଂ ତାଙ୍କ ପୁଅକୁ ଇଡି ପୂର୍ବରୁ ଜେରା କରିଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବା ଲାଗି ଗୁରୁବାର ଇଡି ପକ୍ଷରୁ ସଞ୍ଜିତ୍‌ଙ୍କୁ ଜେରା କରାଯାଇଛି। ଇଡି କାର୍ଯ୍ୟାଳୟରୁ ବାହାରିବା ବେଳେ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ ସଞ୍ଜିତ କହିଛନ୍ତି, ଯାହା କିଛି କାଗଜପତ୍ର ଦାଖଲ କରିବାକୁ କୁହାଯାଇଥିଲା, ସେସବୁ ସେ ଦାଖଲ କରିଛନ୍ତି ଓ ଏ ବାବଦରେ ସେ ଇଡିର ଅଧିକାରୀଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ମୋ ଉତ୍ତରରେ ସେମାନେ ସନ୍ତୁଷ୍ଟ ବୋଲି ସଞ୍ଜିତ କହିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories