www.samajalive.in
Sunday, December 7, 2025
26.1 C
Bhubaneswar

ବିପଦରେ ଧୋଇଆ ନାଳ ସେତୁ; ପୋଲରେ ନାହିଁ ସୁରକ୍ଷା ବାଡ଼

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ବ୍ରହ୍ମପୁରା ପଞ୍ଚାୟତରେ ରହିଛି ଧୋଇଆ ନାଳ ସେତୁ । ଭେଡା-ରାମଚନ୍ଦ୍ରପୁର କଳାପଥର ସଂଯୋଗୀ ରାସ୍ତାର ଧୋଇଆ ନାଳ ସେତୁ ନିର୍ମାଣ ହେଲା ପରେ ବନ୍ୟା ସମୟରେ ବାଙ୍କୀ ସହିତ ବ୍ରହ୍ମପୁରାର ସଂଯୋଗ ସୁଦୃଢ ହୋଇପାରିଛି । ଦୀର୍ଘ ବର୍ଷ ଧରି ମହାନଦୀର ବନ୍ୟା ପ୍ରଭାବରେ ଏହି ରାସ୍ତାରେ ବନ୍ୟା ପାଣି ବୁଡି ରହିବାରୁ ବାହ୍ୟ ଜଗତ ସହ ଯୋଗାଯୋଗ ବିଚ୍ଛିନ୍ନ ରହୁଥିଲା । ୨୦୦୦ ମସିହା ପରେ ଗ୍ରାମ ସଡକ ବିଭାଗ ପକ୍ଷରୁ ଏହି ରାସ୍ତାର ୨ଟି ଛୋଟ ଛୋଟ ପୋଲ ନିର୍ମାଣ କରାଯାଇଥିଲା । ଯାତ୍ରୀ ତଥା ଏହି ରାସ୍ତା ଦେଇ ଯାଉଥିବା ପ୍ରାଣୀ ସମ୍ପଦଙ୍କ ସୁରକ୍ଷା ଦୃଷ୍ଟିରୁ ସେତୁର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ ନିର୍ମାଣ କରାଯାଇ ସୁରକ୍ଷିତ ଯାତାୟାତ ପାଇଁ ଦୃଷ୍ଟି ଦିଆଯାଇଥିଲା ।

ମାତ୍ର ଦୀର୍ଘ ଦିନ ହେବ ଏହି ସେତୁର ସୁରକ୍ଷା ବାଡ ଭାଙ୍ଗି ଯାଇଥିଲେ ମଧ୍ୟ ବିଭାଗୀୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପୁନଃ ସୁରକ୍ଷା ବାଡ଼ ନିର୍ମାଣ କରାଯାଉ ନଥିବାରୁ ରାସ୍ତାର ସୁରକ୍ଷା ବ୍ୟବସ୍ଥା ବିପଦ ସଂକୁଳନ ପରିସ୍ଥିତ ସୃଷ୍ଟି ହେଇଛି । ସତେ ଯେମିତି ଧୋଇଆନାଳ ସେତୁ ବିପଦକୁ ଡାକୁଥିବା ପରି ମନେ ହେଉଥିବା ସମ୍ପର୍କରେ ସ୍ଥାନୀୟ ଅଂଚଳବାସୀ ଅଭିଯୋଗ ଆଣିଛନ୍ତି । ଗ୍ରାମ୍ୟ ସଡକ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଧୋଇଆ ନାଳ ସେତୁର ସୁରକ୍ଷାବାଡ ମରାମତି ଓ ନିର୍ମାଣ କରିବା ପାଇଁ ଦାବି ହେଉଛୁ ।

- Advertisement -

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories