www.samajalive.in
Monday, December 15, 2025
17.1 C
Bhubaneswar

ଶିମିଳିପୁର ଓ ହରିରାଜପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ ଓ ପ୍ରାର୍ଥୀ ମନୋନୀତ

ବାଙ୍କୀ: ରବିବାର ଦିନ ସକାଳେ ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତ ଏବଂ ହରିରାଜପୁର ପଞ୍ଚାୟତରେ ବିଜେଡି ଦଳର କର୍ମୀ ସମ୍ମିଳନୀ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲାପରିଷଦ ପଦବୀ ବଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଦିନ ଧାର୍ଯ୍ୟ ହୋଇଥିବା ପରିପ୍ରେକ୍ଷୀରେ ପଞ୍ଚାୟତ ସ୍ତରରେ ନେତା ନିଜର କର୍ମୀ ମାନଙ୍କ ନିକଟରେ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ହରିରାଜପୁର ପଞ୍ଚାୟତ ପାଇଁ ଶ୍ରୀ ଶ୍ରୀ ଅଖଣ୍ଡେଶ୍ୱର ପୀଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବା ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ ପାଇଁ ଆର୍ତ୍ତତ୍ରାଣ ସ୍ୱାଇଁଙ୍କ ନାମ ଘୋଷଣା କରାଯାଇଥିଲା ବେଳେ ସମିତିସଭ୍ୟା ପ୍ରାର୍ଥୀ ଭାବରେ ପ୍ରଭାତି ବାରିକଙ୍କ ନାମ ଘୋଷଣା କରାଯାଇଛି।

ସେହିପରି ଶିମିଳିପୁର ପଞ୍ଚାୟତ ପାଇଁ ସିଦ୍ଧେଶ୍ବର ପୀଠରେ ଆୟୋଜିତ କର୍ମୀ ସମ୍ମିଳନୀରେ ସରପଞ୍ଚ ପ୍ରାର୍ଥୀ ଭାବରେ ସୁକାନ୍ତ ବେହେରା ଓ ସମିତିସଭ୍ୟା ପ୍ରାର୍ଥୀ ଭାବରେ ଝୁନା ନାୟକ ପ୍ରତିଦ୍ୱନ୍ଦିତା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଶ୍ରୀ ତ୍ରିପାଠୀ ନାମ ଘୋଷଣା କରିଛନ୍ତି। କେନ୍ଦ୍ରୀ ଜୋନ୍‍ ର ଜିଲ୍ଲାପରିଷଦ ପାର୍ଥୀ ଭାବରେ ବିଜେଡି ଦଳ ପକ୍ଷରୁ ମିନତୀ ମହାପାତ୍ର ଲଢିବା ପାଇଁ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏହି କର୍ମୀ ସମ୍ମିଳନୀରେ ବିଭୂପ୍ରସାଦ ସାମଲ, ସନ୍ତୋଷ କୁମାର ସାହୁ, ସମରେନ୍ଦ୍ର ମହାପାତ୍ର, ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ବାଙ୍କୀ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ସୁବାଷ ପାଢୀ ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories