www.samajalive.in
Sunday, December 14, 2025
26.1 C
Bhubaneswar

ବାଙ୍କୀ ଏନଏସି କର୍ମଚାରୀ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା

ବାଙ୍କୀ: ନିକଟରେ ବାଙ୍କୀ ଏନ.ଏ.ସିର ୮ଜଣ କର୍ମଚାରୀଙ୍କର ଅନ୍ୟତ୍ର ବଦଳି ହୋଇଛି। ଏହି ଅବସରରେ ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ କର୍ମଚାରୀ ସଂଘ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ସନାତନ ବେହେରାଙ୍କ ସଭାପତିତ୍ୱରେ ସଂଚାଳିତ କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ସନ୍ତୋଷ କୁମାର ରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବଦଳି ହୋଇଥିବା କର୍ମଚାରୀମାନଙ୍କୁ ପୁଷ୍ପ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି।

ଟିକସ ଆଦାୟକାରି କର୍ମଚାରୀ ସଂଜୟ କୁମାର ପ୍ରଧାନ, ପ୍ରମୋଦ କୁମାର ବାରିକ, ପିତାମ୍ବର ନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ଲାଇନ୍‍ମ୍ୟାନ୍‍ ଅଶୋକ ବେହେରା, ରୋଗୀବୁହା ଗାଡି ହେଲ୍ପର ପ୍ରଦୀପ କୁମାର ରାଉତ, ୪ର୍ଥ ଶ୍ରେଣୀ କର୍ମଚାରୀ ଫକୀର ଚରଣ ମହାପାତ୍ର, ବାବାଜି ମହାପାତ୍ର, ଗୁରୁବାରୀ ପ୍ରଧାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ କନିଷ୍ଠ କିରାଣୀ ବିମାନ ଦଳେଇ, କୋଷାଧ୍ୟକ୍ଷ ରଶ୍ମିତ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କର୍ମଚାରୀ ରୁଦ୍ରନାରାୟଣ ପତି, ରାମଚନ୍ଦ୍ର ମଙ୍ଗୁଆଳ, ବିଜୟ ରାଜ, ଗଗନ ପଲାଉର, କିଶୋର ମହାପାତ୍ର ପ୍ରମୁଖ ବିଦାୟ କାଳିନ ସମ୍ବର୍ଦ୍ଧନାକୁ ସହଯୋଗ ଓ ପରିଚାଳନା କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories