www.samajalive.in
Sunday, December 14, 2025
19.1 C
Bhubaneswar

ବାଙ୍କୀ ବିଜେପି କାର୍ଯ୍ୟାଳୟରେ ବାଜପେୟୀ ଜୟନ୍ତୀ

ବାଙ୍କୀ: ଶନିବାର ଦିନ ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀଙ୍କ ଆହ୍ୱାନ କ୍ରମେ ବାଙ୍କୀ ବିଜେପି କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେପି ଉପସଭାପତି ଶୀତାକାନ୍ତ ମିଶ୍ର, ବରିଷ୍ଠ ଆଇନଜୀବୀ ଯଯାତୀ କେଶରୀ ପଟ୍ଟନାୟକ, କଳାପଥର ମଣ୍ଡଳ ସଭାପତି ଶୁଷାନ୍ତ ଭଟ୍ଟ, ନଗର ମଣ୍ଡଳ ସଭାପତି ସଞ୍ଜୟ ରଣା, ଗୋପାଳପୁର ମଣ୍ଡଳ ସଭାପତି ବିପ୍ରବର ଲେଙ୍କା, ଲକ୍ଷ୍ମୀଧର ବେହେରା, ଶ୍ରକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ନୀତି, ଆଦର୍ଶ ଓ ଦେଶ ଗଠନର ଭୂମିକା ସମ୍ପର୍କରେ ସ୍ମରଣ କରିଛନ୍ତି। ବାଙ୍କୀ ବିଜେପି କାର୍ଯ୍ୟାଳୟ ସମ୍ପାଦକ ଅଜିତ୍‍ ସୁବୁଦ୍ଧିଙ୍କ ସଞ୍ଚାଳନରେ ସଂକ୍ଷିପ୍ତ ଭାବରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories