www.samajalive.in
Sunday, December 14, 2025
17.1 C
Bhubaneswar

ବାଙ୍କୀରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ

ବାଙ୍କୀ: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବାଙ୍କୀରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ କଚେରୀ ପଡିଆ ଠାରେ ସ୍ଥାପିତ ହୋଇଥିବା ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ରବିବାର ପୂର୍ବାହ୍ନରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ଅପରାହ୍ନରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ନିକଟସ୍ଥ ମହାରଣା ମଣ୍ଡପ ପରିସରରେ ଏକ ପ୍ରତିଷ୍ଠା ଉତ୍ସବ, ସାଧାରଣ ସଭା ତଥା ବାଙ୍କୀର ବିକାଶ କ୍ରମରେ ବିଜୁ ଜନତା ଦଳର ସହଭାଗୀତା ସମ୍ପର୍କରେ ଆଲୋଚନା କରାଯାଇଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତିପାଠୀଙ୍କ ଆହ୍ୱାନ କ୍ରମରେ ଆୟୋଜିତ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଥମେ ବିଜୁ ପଟ୍ଟନାୟକଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଦ୍‍ଘାଟନ କରିଥିଲେ।

ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ବିଜେଡିର ବରିଷ୍ଠ ନେତା ଗତିକୃଷ୍ଣ ସ୍ୱାଇଁ, ସମରେନ୍ଦ୍ର ମହାପାତ୍ର, ସୂର୍ଯ୍ୟନାରାୟଣ ପାତ୍ର, ଭାଗୀରଥି ବିଶ୍ୱାଳ, ମହିଳା ବିଜେଡି ସଭାନେତ୍ରୀ ପ୍ରିତିଲତା ଗିରି, କଟକ ଜିଲ୍ଲା ସାଧାରଣ ସମ୍ପାଦକ ସନାତନ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ପାଢୀ, ତପନ ସେଠୀ ପ୍ରମୁଖ ବହୁ ଛାମୁଆ ନେତୃମଣ୍ଡଳୀ ପ୍ରତିଷ୍ଠା ଦିବସର ଅନୁଚିନ୍ତା ପ୍ରଦାନ କରିବା ସହିତ ବିଜୁ ପଟ୍ଟନାୟକଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜ୍ୟର ପ୍ରଗତିର ବିକାଶ ଚିତ୍ର ଓ କାର୍ଯ୍ୟଧାରାକୁ ଓଡିଶାର ଜନସାଧାରଣ ଦୃଢ ସମର୍ଥନ ଦେଉଥିବା ସମ୍ପର୍କରେ ଆଲୋକପାତ କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ୨୫ବର୍ଷର ବିକାଶ ମୂଳକ କାର୍ଯ୍ୟର ସଫଳତାର ନିଦର୍ଶନ ସ୍ୱରୂପ ପଞ୍ଚାୟତବାସୀ ସମର୍ଥନର ହାତ ବିଜୁ ଜନତା ଦଳର କାର୍ଯ୍ୟଧାରାକୁ ପୁନଃରାୟ ବଜାୟ ରଖିବେ ବୋଲି ଅତିଥି ମାନେ ଉପସ୍ଥିତ ଦଳୀୟ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଯୁବ ନେତା ସନ୍ତୋଷ କୁମାର ରଣାଙ୍କ ସଞ୍ଜୋଜନାରେ ବାଙ୍କୀରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ସଞ୍ଚାଳିତ ହୋଇଛି। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏହି ଅବସରରେ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତୀକୁ ଆହ୍ୱାନ କରି ଆକାଶ ମାର୍ଗରେ ସ୍ୱତନ୍ତ୍ର ବେଲୁନ ପ୍ରଦର୍ଶନକୁ ଉଦ୍ଦ୍‍ଘାଟନ କରିଛନ୍ତି। ବିଜୁ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ମହିଳା ବିଜେଡି ସମେତ ୫୦୦ରୁ ଊର୍ଦ୍ଧ୍ବ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories