www.samajalive.in
Saturday, December 6, 2025
14.1 C
Bhubaneswar

ବାଙ୍କୀ ଘୋଡାବର ଗ୍ରାମରେ ବୋମାମାଡ ଘଟଣା, ସାଇଣ୍ଟିଫିକ୍‍ ଟିମ୍‍ର ତଦନ୍ତ ଆରମ୍ଭ

କଳାପଥର : ଶୁକ୍ରବାର ବାଙ୍କୀ ଥାନା ଅନ୍ତର୍ଗତ ଘୋଡାବର ଗ୍ରାମରେ ସଂଧ୍ୟାରେ ହରିଜନ ସାହି କୋଠଘରେ ୧୦ରୁ ୧୨ଜଣ ବସି ତାସ୍‍ ଖେଳୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଥିଲା। ଫଳରେ ଉକ୍ତ କୋଠଘରର ଛାତ ଭୁଷୁଡି ପଡିବା ସହିତ ୨ଜଣ ମାନସ ନାଏକ, ସୁବ୍ରତ ନାଏକ ମୃତ୍ୟୁବରଣ କରିଥିôବାବେଳେ ପରିହା ନାୟକଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନନ୍ତର କରାଯାଇଥିଲା। ଖବର ପାଇ ବାଙ୍କୀ ପୋଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ,ଅଗ୍ନୀଶମ ବିଭାଗ ପକ୍ଷରୁ ôଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍‍ ଟିମ୍‍ ଶନିବାର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ମିଳିଥିବା ସୂଚନା ଅନୁସାରେ ୨ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ରହିଥିବାବେଳେ ଗାଁ ଭଦ୍ରଲୋକଙ୍କ ଉପସ୍ଥିତିରେ ତାହା ସମାଧାନ କରାଯାଇଥିଲା। କିନ୍ତୁ ଗତକାଲି ଅଚାନକ ତାସ୍‍ ଖେଳ ସମୟରେ ବୋମାମାଡ ହୋଇଥିବା ଗୋଟିଏ ଗୋଷ୍ଠି ଅଭିଯୋଗ କରିଛନ୍ତି। ବାଙ୍କୀ ପୋଲିସ ପ୍ରାଥମିକ ତଦନ୍ତ ମୁତାବକ କୋଠଘର ମଧ୍ୟରେ ବୋମା ଭିଡା ହେଉଥିôବା ସମୟରେ ବିସ୍ଫୋରଣ ଘଟିଥିଲା ବୋଲି ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡା ପ୍ରକାଶ କରିଛନ୍ତି। ବାଙ୍କୀ ପୋଲିସ୍‍ କେସ ନଂ-୨୬୧/୧୮ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ କେନ୍ଦ୍ରକରି ଆଜି ଗୋଟିଏ ଗୋଷ୍ଠି ବୋମାମାଡ କରିଥିବା ଦୁର୍ବୁତମାନଙ୍କୁ ଗିରଫ, କ୍ଷତିପୁରଣ ଓ ସ୍ଥାୟୀ ସୁରକ୍ଷା ଦାବିରେ ଆଠଗଡ-ବାଙ୍କୀ -ଖୋର୍ଦ୍ଧା-କଟକରାସ୍ତାକୁ ଜାତମୁଣ୍ଡିଆ ଛକଠାରେ ଦୀର୍ଘ ୪ଘଣ୍ଟା ଧରି ଅବରୋଧ କରିଥିବାବେଳେ ଯାତାୟତ ସମ୍ପୁର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସ୍ଥଳରେ ଅତିରିକ୍ତ ଏସ୍‍.ପି. , ନୃସିଂହ ଚରଣ ସାହୁ, ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲୋକକୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories