www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପି ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳିତ

କଳାପଥର : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାରଙ୍ଗ ବ୍ଲକ ହିଲ୍‍ ଗାଡେନ୍‍ ଠାରେ କଟକ ସଦର ବିଜେପି ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ଜିଲ୍ଲା ସଭାପତି ହେମନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଲେପ୍ଟନାଟ୍‍ ଜେନେରାଲ କେ.ପି.ଧଳସାମନ୍ତ , ସମ୍ମାନୀତ ଅତିଥି ରୂପେ କର୍ଣ୍ଣଲ୍‍ ପ.କେ.ସାହୁ, କ୍ୟାପ୍ଟେନ୍‍ ଏ.କେ.ଜେନା, କ୍ୟାପ୍ଟେନ୍‍ ରାଉତରାୟ ଯୋଗଦେଇ ଭାରତ ସୈନ୍ୟବାହୀନିର ପରାକ୍ରମ ଶକ୍ତି ବିଶ୍ୱ ଦରବାରରେ ପରିଚିତ ହେବା ସହିତ ସବୁ ପରିସ୍ଥିିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ବକ୍ତବ୍ୟ ରଖିଥିଲେ। ତତ୍‍ ସହିତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‍ ବିଶ୍ୱକୁ ଭାରତର ସାମରିକ ଶକ୍ତି ସାମର୍ଥ୍ୟ ପରିଚୟ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ। ସୈନିକ ମାନେ ଦେଶମାତୃକାର ସେବା କରିବା ଅବସରରେ ପରେ ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟକ୍ରମ କରିବାକୁ ଅତିଥିମାନେ ଆହ୍ୱାନ ଜଣାଇଥିଲେ। ରାଷ୍ଟ୍ରିୟ କୃଷକ ମୋର୍ଚ୍ଚା କାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀଙ୍କ ତତ୍ୱାବଧାନରେ ଜିଲ୍ଲା ସାଧାରର ସମ୍ପାଦକ ପୃଥିୀରାଜ ହରିଚନ୍ଦନ ଓଡିଶା ବିଜେପି ସମ୍ପାଦକ ଦିଲ୍ଲୀପ ମଲ୍ଲୀକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅବସରପ୍ରାପ୍ତ ସୈନିକ ମାନଙ୍କୁ ମୁଖ୍ୟ ଅତିଥି କେ.ପି.ଧଳ ସାମନ୍ତ ଓ ବିଜେପି ନେତା ପୃଥିରାଜ ହରିଚନ୍ଦନ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories