www.samajalive.in
Saturday, December 6, 2025
26.1 C
Bhubaneswar

ରୁଷ୍‍କୁ ଭାରତ ଦେବ ମିଗ୍‍-୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଦ୍ୱିପାକ୍ଷିକ କଥାବାର୍ତ୍ତା ଅବସରରେ ରୁଷ୍‍କୁ ଭାରତ ୩ଟି ମିଗ୍‍-୨୧ ଯୁଦ୍ଧବିମାନ ଉପହାର ଦେବ। ଦ୍ୱିପାକ୍ଷିକ କଥାବାର୍ତ୍ତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ସମିତିସ୍ତରୀୟ କଥାବାର୍ତ୍ତା ହେବ। ସମିତିସ୍ତରୀୟ କଥାବାର୍ତ୍ତା ପାଇଁ ଅକ୍ଟୋବର ୪ଓ ୫ ଦୁଇଦିନ ପାଇଁ ପୁତିନ ନୂଆଦିଲ୍ଲୀ ଗସ୍ତ କରିବେ। ରୁଷ୍‍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁରୋଧ ଆଧାରରେ ଭାରତ ୩ଟି ମିଗ୍‍-୨୧ ଯୁଦ୍ଧବିମାନ ଉପହାର ଦେବ। ଏହି ତିନିଟି ଯୁଦ୍ଧବିମାନ ମଧ୍ୟରେ ଗୋଟିଏ ଟାଇପ ୭୫ ଯୁଦ୍ଧବିମାନ ଓ ଦୁଇଟି ଟାଇପ୍‍ ୭୭ ଯୁଦ୍ଧବିମାନ ରହିଛି। ଭାରତ ଉପହାର ଆକାରରେ ଏହି ଯୁଦ୍ଧବିମାନ ଦେଉଥିଲେ ମଧ୍ୟ ଏହାର ନିର୍ମାଣ ବାବଦ ଖର୍ଚ୍ଚ ରୁଷ ଦେବ। ଏହି ଉପହାର ଦୁଇଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ନିବିଡ କରିବାରେ ସହାୟକ ହେବ। ବିଶ୍ୱର ୫୦ଟି ଦେଶର ବାୟୁସେନାରେ ମିଗ୍‍-୨୧ ଯୁଦ୍ଧବିମାନ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ୧୧,୫୦୦ଟି ମିଗ୍‍-୨୧ ଯୁଦ୍ଧବିମାନ ନିର୍ମାଣ ହୋଇସାରିଲାଣି। ଭାରତ ପାଖରେ ୧୨୦ଟି ଏହି ପ୍ରକାର ଯୁଦ୍ଧବିମାନ ଅଛି। ୨୦୨୧-୨୨ ଯୁଦ୍ଧା ଭାରତ ଏହି ସମସ୍ତ ଯୁଦ୍ଧ ବିମାନକୁ ହଟାଇ ନେବାକୁ ଯୋଜନା କରିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories