www.samajalive.in
Sunday, December 7, 2025
23.1 C
Bhubaneswar

ବାଙ୍କୀରେ ୫୫ତମ ସ୍ୱାୟତ୍ତଶାସନ ଦିବସ ପାଳିତ

ବାଙ୍କୀ: ବାଙ୍କୀ ବିଜ୍ଞାପିତ ଅଂଚଳ ପରିଷଦରେ ୫୫ତମ ସ୍ୱାୟତ ଶାସନ ଦିବସ ନିରାଡମ୍ବର ଭାବରେ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ ବାଙ୍କୀ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଛି। ବାଙ୍କୀ ଉପଜିଲ୍ଲାପାଳ ତଥା ଏନଏସି ପ୍ରଶାସକ ରଂଜନ କୁମାର ଜେନା, ନିର୍ବାହୀ ଅଧିକାରୀ ସତ୍ୟରଂଜନ ପଣ୍ଡା ସମସ୍ତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ସକାଳ ୮ଟା ୩୦ ମିନିଟ ସମୟରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ବିଜ୍ଞାପିତ ଅଂଚଳ ପରିଷଦରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏନଏସିର ସଫଳତାର ବକ୍ତବ୍ୟ ରଖିଛନ୍ତି। ପରେ ପରେ ମୁଖ୍ୟଅତିଥିଙ୍କ ଦ୍ୱାରା ବିଜ୍ଞାପିତ ଅଂଚଳରେ ଚର୍ଚ୍ଚିକା କଚେରୀ ପୁଷ୍କରିଣୀର ​‌ସୌନ୍ଦର୍ଯ୍ୟ​‌କରଣ ଏବଂ ଖମାରଙ୍ଗଠାରେ ନୂତନ ଦୋକାନ ଗୃହର ଯଥାକ୍ରମେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସକାଳ ୧୧ ଘଟିକା ସମୟରେ ଏନଏସି ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ପବିତ୍ର ସ୍ୱାୟତ ଶାସନ ଦିବସର ଅନୁଚିନ୍ତା ସମ୍ପର୍କିତ ସାଧାରଣ ସଭା ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ରଦୀପ ଜଳାଯାଇ ଉଦଘାଟନ କରାଯାଇଥିଲା। ନିର୍ବାହୀ ଅଧିକାରୀ ସତ୍ୟରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ତ୍ରିପାଠୀ ବାଙ୍କୀ ଏନଏସିର ବିକାଶ ଚିତ୍ର ପ୍ରଦାନ କରି ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କର ସହଯୋଗରେ ଆଗାମୀ ଦିନରେ ବିଜ୍ଞାପିତ ଅଂଚଳ ପରିଷଦ ସମସ୍ତ ୧୭ଗୋଟି ଓ୍ବାର୍ଡରେ ବିକାଶର ଧାରା ପହଁଚାଇବ ବୋଲି ବକ୍ତବ୍ୟ ପ୍ରକାଶ କରିଥିଲେ। ବରିଷ୍ଠ କର୍ମଚାରୀ ସଂଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା। ମୁଖ୍ୟଅତିଥିଙ୍କ ଦ୍ୱାରା ନୂତନ ଭାବରେ ୧୭ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଅବଶିଷ୍ଟ ୧୦୦ ହିତାଧିକାରୀଙ୍କୁ କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ଶ୍ରେଷ୍ଠ କର୍ମଚାରୀ ଭାବରେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ମୁଖ୍ୟଅତିଥି ପ୍ରମାଣପତ୍ର ଓ ଉପଢୈାକନ ପ୍ରଦାନ କରି ପୁରସ୍କୃତ କତିଛନ୍ତି। ଶେଷରେ ପୂର୍ବତନ କାଉନସିଲର ସୈାମେନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ରମେଶ ସେଠୀ, ବିଜୟ କୁମାର ରାଜ ପ୍ରମୁଖ ବରିଷ୍ଠ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୋଭିଡ କଟକଣା ସହିତ ନିରାଡମ୍ବର ଭାବରେ ସ୍ୱାୟତଶାସନ ଦିବସ ପାଳିତ ହୋଇଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories