www.samajalive.in
Tuesday, December 9, 2025
16.1 C
Bhubaneswar

ଋଣ ଓ ଜମା ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶୀର୍ଷରେ

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୨-୨୩ର ପ୍ରଥମ ତ୍ରୟମାସରେ ଋଣ ଓ ଜମା କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଋଣପ୍ରଦାନକାରୀ ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶୀର୍ଷ ସ୍ଥାନ ଲାଭ କରିଛି । ପୁନା-ମୁଖ୍ୟ କାର୍ଯ୍ୟାଳୟର ରେକର୍ଡ ଅନୁଯାୟୀ ଚଳିତ ବର୍ଷ ଜୁନ୍‌ ମାସ ଶେଷ ସୁଦ୍ଧା ଶତକଡା ୨୭.୧୦ପ୍ରତିଶତ ଅଭିବୃଦ୍ଧି ହାରରେ ବ୍ୟାଙ୍କର ଗ୍ରସ୍‌ ଋଣ ୧,୪୦,୫୬୧କୋଟି ଟଙ୍କାରେ ପହଞ୍ଚିଛି । ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ବରୋଦାର ଋଣ ଯଥାକ୍ରମେ ଶତକଡା ୧୬.୪୩ ଓ ୧୫.୭୩ ପ୍ରତିଶତ ରହିଛି ।

ଦେଶର ବୃହତ୍ତମ ଋଣପ୍ରଦାନକାରୀ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶତକଡା ୧୩.୬୬ ପ୍ରତିଶତ ଅଭିବୃଦ୍ଧି ହାରରେ ଚତୁର୍ଥ ସ୍ଥାନରେ ରହିଛି । ଜମା କ୍ଷେତ୍ରରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଜୁନ୍‌ ମାସ ଶେଷ ସୁଦ୍ଧା ଶତକଡା ୧୨.୩୫ ପ୍ରତିଶତ ବୃଦ୍ଧି ହାରରେ ୧,୯୫,୯୦୯କୋଟି ଟଙ୍କାରେ ପହଞ୍ଚିଛି । ଶତକଡା ୯.୪୨ ପ୍ରତିଶତ ବୃଦ୍ଧି ହାରରେ ୟୁନିୟନ୍‌ ବ୍ୟାଙ୍କ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବ୍ୟାଙ୍କ ଅଫ୍‌ ବରୋଦାର ବୃଦ୍ଧି ହାର ଶତକଡା ୮.୫୧ ପ୍ରତିଶତ
ରହିଛି । ଜୁନ୍‌ ମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଅନାଦେୟ ଋଣର କ୍ରମାଗତ ହ୍ରାସ ଯୋଗୁ ବ୍ୟାଙ୍କଗୁଡିକ ଅଧିକ ଲାଭାନ୍ୱିତ ହୋଇଛନ୍ତି ଯାହା ଆଗାମୀ କ୍ୱାର୍ଟରରେ ବ୍ୟାଙ୍କର ବାଲାନ୍ସସିଟ୍‌ରେ ସକାରତ୍ମକ ପ୍ରଭାବ ପକାଇବ ।

- Advertisement -

ରାଷ୍ଟ୍ରାୟତ୍ତ ଋଣପ୍ରଦାନକାରୀଙ୍କ ଦ୍ୱାରା ପ୍ରକାଶିତ ତ୍ରୈମାସୀୟ ଆର୍ଥିକ ସଂଖ୍ୟା ବିଶ୍ଳେଷଣ ଅନୁଯାୟୀ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଗ୍ରସ୍‌ ଏନ୍‌ିଏ ନିମ୍ନତମ ରହିଥିଲା । ମୋଟାମୋଟି ଭାବେ, ସମସ୍ତ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୩ମାସ ମଧ୍ୟରେ ଶତକଡା ୯.୨ ପ୍ରତିଶତ ଅଭିବୃଦ୍ଧି ହାରରେ ପାଖାପାଖି ୧୫,୩୦୬ କୋଟି ଟଙ୍କା ଲାଭ କରିଛନ୍ତି । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସମୁଦାୟ ଅଗ୍ରୀମର ଗ୍ରସ୍‌ ଏନ୍‌ିଏ ଯଥାକ୍ରମେ ୩.୭୪ ଓ ୩.୯୧ ପ୍ରତିଶତ ରହିଛି । ସେହିରି ଜୁନ୍‌ ମାସ ଶେଷ ସୁଦ୍ଧା ନେଟ୍‌ ଏନ୍‌ିଏ ଯଥାକ୍ରମେ ୦.୮୮ ଓ ୧ ପ୍ରତିଶତ ରହିଛି ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories