କାଲିଠାରୁ ବ୍ୟାଙ୍କ ଚାରି ଦିନ ଛୁଟି

0

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଲଗାତାର ଛୁଟି ଯୋଗୁଁ ଦେଶର ସମସ୍ତ ବ୍ୟାଙ୍କ ଚାରିଦିନ ଛୁଟି ରହିବ। ଏପ୍ରିଲ୍‍ ୨୮ ତାରିଖ ଶେଷ ଶନିବାର ଯୋଗୁଁ ବ୍ୟାଙ୍କ ଛୁଟି ରହୁଥିବା ବେଳେ ତା’ ପରଦିନ ଅର୍ଥାତ୍‍ ୨୯ ତାରିଖ ଦିନ ରବିବାର ଯୋଗୁଁ ବ୍ୟାଙ୍କ ଛୁଟି ରହିବ। ୩୦ ତାରିଖରେ ବୁଦ୍ଧ ପୂର୍ଣ୍ଣିମା ଓ ମେ’ ୧ ତାରିଖରେ ଶ୍ରମ ଦିବସ ଯୋଗୁଁ ବ୍ୟାଙ୍କ ଦୁଇ ଦିନ ବନ୍ଦ ରହିବ। ତେଣୁ ଲଗାତାର ୪ ଦିନ ପାଇଁ ବ୍ୟାଙ୍କ ଛୁଟି ରହିବ। ସେହି ଚାରିଦିନ ମଧ୍ୟରେ ଦେଶର ଅନେକ ଏଟିଏମ୍‍ କାର୍ଯ୍ୟ କରି ନ ପାରେ। କାରଣ ନୋଟ୍‍ ମରୁଡ଼ିକୁ ଦୃଷ୍ଟିରେ ରଖି ସେହି ଚାରି ଦିନ ମଧ୍ୟରେ ଏଟିଏମ୍‍ଗୁଡ଼ିକରେ ୨୦୦ ଟଙ୍କିଆ ନୋଟ୍‍ ରହିପାରିବା ଭଳି ବ୍ୟବସ୍ଥା କରିବାକୁ ଆରବିଆଇ କହିଛି।

Leave A Reply