ଦୁନିଆରେ ରହିଛି ଦୁଇଟି ତାଜମହଲ : ସମ୍ପୂର୍ଣ୍ଣ ଖବର ପଢି ହୋଇଯିବେ ଚକିତ

0

ଦୁନିଆର ସାତଟି ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଆଶ୍ଚର୍ଯ୍ୟ ଆଗ୍ରା ସ୍ଥିତ ତାଜମହଲ। ପ୍ରେମର ପ୍ରତୀକ ବୋଲାଉଥିବା ଏହି ତାଜମହଲ କେବଳ ଆଗ୍ରାରେ ନୁହେଁ ବରଂ ଦୁନିଆର ଆଉ ଏକ ଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏହା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟକର ତା’ ପଛରେ ଥିବା କାହାଣୀ ସେତିକି ହୃଦୟସ୍ପର୍ଶୀ।
ଏହି ତାଜମହଲ ଆଉ କେଉଁଠି ନୁହେଁ ଭାରତର ପଡ଼ୋଶୀ ଦେଶ ବାଙ୍ଗ୍‍ଲାଦେଶରେ ଅବସ୍ଥିତ। ଯାହାକୁ ଅସଲି ତାଜମହଲର ପ୍ରତିକୃତି କୁହାଯାଏ। ଏହାର ନିର୍ମାଣ ବହୁ ବର୍ଷ ପୂର୍ବରୁ ନୁହେଁ ମାତ୍ର୧୦ ବର୍ଷ ପୂର୍ବରୁ ଅର୍ଥାତ୍‍ ୨୦୦୮ ରେ ଆରମ୍ଭ ହୋଇଥିଲା। ଭାରତରେ ଥିବା ତାଜମହଲ ଭଳି ଏହାକୁ ତିଆରି କରିବାକୁ କେବଳ ୫ ବର୍ଷ ଲାଗିଥିଲା। ଏହାକୁ ବାଙ୍ଗ୍‍ଲାଦେଶର ଚଳଚ୍ଚିତ୍ର ନିର୍ମାତା ଅହସାନୁଲ୍ଲାହ ମୋନୀ ୫୬ ମିଲିୟନ ଡଲାରରେ ନିର୍ମାଣ କରିଥିଲେ। ଏହାକୁ ନିର୍ମାଣ କରିବା ପଛର କାହାଣୀ ମଧ୍ୟ ଚିତ୍ତାକର୍ଷକ। କୁହାଯାଏ ଯେ, ଅହସାନୁଲ୍ଲାହ ଚାହୁଁଥିଲେ ଯେଉଁ ଲୋକମାନେ ଅର୍ଥ ଅଭାବରୁ ଅସଲି ତାଜମହଲ ଦେଖିବାକୁ ଭାରତ ଯାଇ ପାରୁନାହାନ୍ତି ସେମାନେ ଏହିଠାରେ ତାହାକୁ ଦର୍ଶନ କରିବେ। ଏହି କାରଣ ଜାଣାପଡ଼ିବା ପରେ କିଛିଲୋକ ଏହାକୁ ଗରୀବଙ୍କ ତାଜମହଲ ବୋଲି କହିଥା’ନ୍ତି। ଏହାର ଆକାର ଓ ରୂପରେଖ ପ୍ରାୟ ଅସଲି ତାଜମହଲ ସହ ମେଳଖାଉଛି। ଏହାର ନିର୍ମାଣ ପାଇଁ ଇଟାଲୀରୁ ମାର୍ବଲ ଓ ଗ୍ରାନାଇଟ୍‍ ଅଣାଯାଇଥିଲା। ଏହାସହ ଏଥିରେ ହୀରାର ମଧ୍ୟ ବ୍ୟବହାର କରାଯାଇଛି ଯାହାକି ବେଲ୍‍ଜିୟମ୍‍ରୁ ଅଣାଯାଇଥିଲା। ଏହାର ଗମ୍ବୁଜ ନିର୍ମାଣରେ ୧୬୦ କିଲୋ ପିତ୍ତଳ ବ୍ୟବହାର ହୋଇଛି। ପ୍ରଥମେ ଦେଖିଲେ ଏହା ଅସଲି ତାଜମହଲ ଭଳି ଦେଖାଯିବ କିନ୍ତୁ ଏଥିରେ ବ୍ୟବହୃତ ନୀଳ ଓ ଗୋଲାପି ରଙ୍ଗ ଏହାକୁ ପ୍ରେମର ଅସଲି ପ୍ରତୀକ ଠାରୁ ଭିନ୍ନ ନିଶ୍ଚୟ କରିଛି।

Leave A Reply