ଡ୍ରଗ୍ସ ସହ ବାଂଲାଦେଶ ମହିଳା କ୍ରିକେଟର ଗିରଫ

0

ଢାକା : ବାଂଲାଦେଶ ମହିଳା କ୍ରିକେଟ ଦଳର ଜଣେ କ୍ରିକେଟରଙ୍କୁ ପୁଲିସ୍‌ ଡ୍ରଗ୍ସ ସହ ଗିରଫ କରିଛି । ମହିଳା କ୍ରିକେଟରଙ୍କ ନିକଟରୁ ୧୪୦୦ ମିନ୍ଥୋଫେଟାମାଇନ୍‌ ବଟିକା ଜବତ କରାଯାଇଛି । ଉଲ୍ଲେଖ ଯେ ମିନ୍ଥୋଫେଟାମାଇନ ଏକ ନିଶା ଔଷଧ ଓ ଏହାକୁ ଡ୍ରଗ୍ସ ଭାବେ ବ୍ୟବହାର କରାଯାଇଥାଏ । ବାଂଲାଦେଶର ଏହି ମହିଳା କ୍ରିକେଟରଙ୍କ ନାମ ନଜରିନ ଖାନ ମୁକ୍ତା ବୋଲି କୁହାଯାଉଛି । ସେ ଢାକା ପ୍ରିମିୟର ଲିଗ୍‌ର ଆନ୍ସର ଦଳ ପକ୍ଷରୁ ଖେଳୁଥିଲେ । ସୂଚନା ଅନୁସାରେ ନଜରିନ ଖାନ ଏକ ମ୍ୟାଚ ଖେଳି ଫେରୁଥିବାବେଳେ ଛାଟୋଗ୍ରାମ ନିକଟରେ ପୁଲିସ୍‌ ବସ୍‌ ଅଟକାଇ ତାଙ୍କ ତଲାସୀ କରିଥିଲା । ତଲାସୀରୁ ତାଙ୍କ ନିକଟରୁ ୧୪୦୦ ଡ୍ରଗ୍ସ ବଟିକା ମଳିଥିଲା ।

Leave A Reply