ବାଙ୍ଗିରିପୋଷି ରେଳ ଷ୍ଟେସନରେ ଖଡ଼ଗପୁର ରେଳବାଇ ଜିଏମ ଅନିଲ ମିଶ୍ରା

ବାଙ୍ଗିରିପୋଷି: ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ରେଳବାଇ ଜିଏମ ଅନିଲ କୁମାର ମିଶ୍ରା ଶୁକ୍ରବାର ବାଙ୍ଗିରିପୋଷି ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅପରାହ୍ନ ପ୍ରାୟ ୧ଟା ସମୟରେ ସେ ବାଙ୍ଗିରିପୋଷି ରେଳ ଷ୍ଟେସନରେ ପହଞ୍ଚିଥିଲେ। ଜିଏମ ଅନିଲ ମିଶ୍ରାଙ୍କ ସହ ବହୁ ରେଳବାଇ ପଦାଧିକାରୀ ମଧ୍ୟ ପରିଦର୍ଶନରେ ସାମିଲ ହୋଇଥିଲେ। ଷ୍ଟେସନ ପରିସରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ଜିଏମ। ଏହି ଅବସରରେ ତାଙ୍କୁ ବାଙ୍ଗିରିପୋଷି ରେଳ କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜୟ ଅଗ୍ରୱାଲ ଏବଂ ସମ୍ପାଦକ ଶାନ୍ତନୁ କୁମାର ଦାଶଙ୍କ ଦ୍ଵାରା ଷ୍ଟେସନର ବିଭିନ୍ନ ସମସ୍ୟାର ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଦାବୀଗୁଡ଼ିକର ତର୍ଜମା କରାଯିବା ସହ ଖୁବଶୀଘ୍ର ବାଙ୍ଗିରିପୋଷି ଷ୍ଟେସନ ପାଇଁ ଜଣେ ନିତିଦିନିଆ ଷ୍ଟେସନ ମାଷ୍ଟରଙ୍କ ନିଯୁକ୍ତି ଓ ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବାଙ୍ଗିରିପୋଷି-ଚାକୁଳିଆ ରେଳପଥର କାର୍ଯ୍ୟ ଆରମ୍ଭ ହେବା ନେଇ ଜିଏମ ଅନିଲ କୁମାର ମିଶ୍ରା ସୂଚନା ଦେଇଛନ୍ତି।

Comments are closed.