ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା କୁସୁମବନ୍ଧ ପଞ୍ଚାୟତ ଅନ୍ତର୍ଗତ ନୁଆଁଡ଼ିହି ଗ୍ରାମର ଜଣେ ଯୁବକ ବୁଢ଼ାବଳଙ୍ଗ ନଦୀ ବନ୍ୟା ଜଳରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ନୁଆଁଡ଼ିହି ଗ୍ରାମର ବିଶିକେଶନ ଦେହୁରୀ (୫୦)। ତାଙ୍କ ପୁଅ ଶୁକଦେବ ଦେହୁରୀଙ୍କ କହିବା ମୁତାବକ ଗତକାଲି ବିଲ କାମ ସାରି ସେ ବୁଢ଼ାବଳଙ୍ଗ ନଦୀକୁ ଗାଧେଇବାକୁ ଯାଇ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ମିଳିନଥିଲା। ବୁଧବାର ସକାଳୁ ତାଙ୍କ ମୃତଦେହ ଘର ଠାରୁ କିଛି ଦୂରରେ ନଈ ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ବାଙ୍ଗିରିପୋଷି ପୁଲିସ ମୃତଦେହ ବ୍ୟବଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି। ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଫୁଲୁଥିବାରୁ ପାଣିର ସୁଅ ଅଧିକ ଥିବାରୁ ସେ ଭାସିଯାଇଥିବା ଅନୁମାନ କରାଯାଉଛି।
୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହେଲେ ବୃହସ୍ପତି ; ଏହି ରାଶିଙ୍କୁ କରିବେ କୋଟିପତି, ମିଳିବ ସବୁ ଖୁସି..
ବଡ ଅଘଟଣ ; ନଦୀ ଉପରେ ୨ ଫାଳ ହେଲା ପୋଲ, ୯ ମୃତ, ଦେଖନ୍ତୁ ଛାତିଥରା ଦୃଶ୍ୟ



