www.samajalive.in
Sunday, December 7, 2025
16.1 C
Bhubaneswar

ସବୁଠି ଶୁଭିଲା ବନ୍ଦେ ଉତ୍କଳ ଜନନୀ, ସାମିଲ ହେଲେ ଡଙ୍ଗରିଆ କନ୍ଧ ମହିଳା

ଲାଞ୍ଜିଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଆଜି ସାରା ରାଜ୍ୟରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ସାମୁହିକ ଗାନ କରାଯାଇଥିବାବେଳେ ଏଥିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସାମିଲ ହୋଇଛି। ବ୍ଲକର ଦୁର୍ଗମ ତଥା ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର ଫୁଲଡୁମେର ଗାଁରେ ଚାଳିଶରୁ ଅଧିକ ଡଙ୍ଗରିଆ କନ୍ଧ ମହିଳା ଏହି ସଙ୍ଗୀତ ଗାଇବା ଏକ ମଧୁର ଅନୁଭବ ହୋଇଥିବାବେଳେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ମହିଳାମାନେ ସାମିଲ ହୋଇଥିଲେ। ସେହିପରି ବିଶ୍ୱନାଥପୁରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଇଂ.ଫକୀରମୋହନ ମାଝୀ, ବିଡିଓ ଶ୍ରୀ ମିଶ୍ର, ଏବିଡିଓ ବିଭୂତିଭୂଷଣ ଶତପଥି, ସିଡିପିଓ କୁସୁମ ମଞ୍ଜରୀ ପ୍ରହରାଜ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, କନିଷ୍ଠ ଯନ୍ତ୍ରୀ ସ୍ମିତା ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବିଜୁ ଯୁବବାହିନୀର ବ୍ଲକ ସଂଯୋଜକ ଜକସନ ସାହୁ, ସାମ୍ବାଦିକ ତଥା ସ୍ୱେଚ୍ଛାସେବୀ ସୁଶୀଲ କୁମାର ବାଗ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏଥିରେ ବ୍ଲକର ସମସ୍ତ ଅଧିକାରୀ, କର୍ମଚାରୀ, ବିଜୁ ଯୁବବାହିନୀର ସଦସ୍ୟ, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ।

ସେହିପରି ବିଶ୍ୱନାଥପୁର ତହସିଲ କାର୍ଯ୍ୟାଳୟଠାରେ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ନେତୃତ୍ୱରେ କର୍ମଚାରୀମାନେ ସାମିଲ ହୋଇଥିଲେ। ଲାଞ୍ଜିଗଡ ହାଇସ୍କୁଲ ପଡିଆଠାରେ ସାମାଜିକ ଦୂରତା ରଖି ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ଶ୍ରୀଧର ପେସନିଆ, ଚନ୍ଦ୍ର ପେସନିଆ, ବେଦାନ୍ତ ସିଏସ୍ଆର ମୁଖ୍ୟ ନିଳାଦ୍ରୀ ପ୍ରସାଦ ପାଢି, କାମରାଜ ଦଳବେହେରା, ଲାଞ୍ଜିଗଡ ପଞ୍ଚାୟତ ବିଜେଡି ସଭାପତି ଏମ୍.ଚନ୍ଦ୍ରଶେଖର, ନାଏବ ସରପଞ୍ଚ ଶ୍ରୀପତି ନାଏକ, ଶ୍ରୀମୁଖ ଅଗସ୍ତି ଓ ଭୂପେନ୍ଦ୍ର ମହାରଥା ଓ ଲାଞ୍ଜିଗଡ ଜନସାଧାରଣ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସେହିପରି ଲାଞ୍ଜିଗଡ ଥାନା ପରିସରରେ ଆଇଆଇସି ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଥାନା କର୍ମଚରାୀ ଓ ସିଆରଏଫ୍ ଯବାନମାନେ କରୋନା ଯୋଦ୍ଧାମାନଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ସେହିପରି ସିକେରକୁପା ଫାଣ୍ଡି ପରିସରରେ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ ଓ ସିଆରପିଏଫ୍ ଯବାନମାନେ କରୋନା ଯୋଦ୍ଧାମାନଙ୍କ ସମ୍ମାନରେ ଏହି ମହତ୍ବ ଉଦ୍ଦେଶ୍ୟରେ ସାମିଲ ହୋଇଥିଲେ। ସେହିପରି ବ୍ଲକର ବିଭିନ୍ନ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ସଙ୍ଗରୋଧ କେନ୍ଦ୍ରଗୁଡିକରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସେହିପରି ଲାଞ୍ଜିଗଡ ବେଦାନ୍ତ ପ୍ରକଳ୍ପ ପରିସର ଓ ବେଦାନ୍ତ ଟାଉନସିପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମର୍ଥନ କରି ଓଡିଶାର କରିନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବେଦାନ୍ତ କର୍ମକର୍ତ୍ତା ଓ ପରିବାର ବର୍ଗ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories