ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ
ବାଲିଆପାଳ :ସ୍ୱାମୀ ଓ ପୁଅ ସହ ସାଙ୍ଗରେ ମିଶି ବିଲରେ ଧାନ ରୋଉଥିଲେ, ଏହି ସମୟରେ ଆସିଗଲା କଳାହାଣ୍ଡିଆ ବର୍ଷା। ଆଉ ବର୍ଷା ସହ ଯମଦୂତ ସାଜି ମାଡିଆସିଲା ବଜ୍ରାଘାତ। ସ୍ୱାମୀ ଓ ପୁଅ ପାଖରେ ଥିବା ମହିଳାଙ୍କ ଉପରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ସେଇଠି ଟଳିପଡିଲେ ମହିଳା ଜଣଙ୍କ। ସ୍ୱାମୀ ଓ ପୁଅ କିଛି ବୁଝିବା ପୂର୍ବରୁ ଉଡିଯାଇଥିଲା ମହିଳାଙ୍କ ପ୍ରାଣବାୟୁ। ଏମିତି ଏକ ଦୁଖଃଦ ଘଟଣା ଘଟିଛି ବାଲିଆପାଳ ଥାନା ବଳରାମପୁର ପଞ୍ଚାୟତ ସୁନାରୂଇ ଗ୍ରାମରେ। ଯାହାକୁ ନେଇ ଏବେ ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ମୁତାବକ ସୁନାରୂଇ ଗ୍ରାମର କାଳିଚରଣ ଜେନା, ତାଙ୍କ ପତ୍ନୀ ବାସନ୍ତୀ ଜେନା (୫୫) ଓ ତାଙ୍କର ପୁଅ ସହ ଗ୍ରାମ ପାଖରେ ଥିବା ଏକ ବିଲକୁ ଧାନ ରୋଇବାକୁ ଯାଇଥିଲେ। ଆଜି ସକାଳଠାରୁ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ ତିନିଜଣ ବର୍ଷାରେ ଭିଜି ଭିଜି ବିଲ ରୋଉଥିଲେ। ଏହିସମୟରେ ବାସନ୍ତୀଙ୍କ ଉପରେ ଏକ ବଜ୍ରାଘାତ ହୋଇଥିଲା। ଘଟଣା ସ୍ଥଳରେ ବାସନ୍ତୀ ଟଳିପଡିଥିଲେ। ତେବେ ବାପ ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକେ ବାସନ୍ତୀଙ୍କୁ ତୁରନ୍ତ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟଜେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
Comments are closed.