ଋଣ ଟଙ୍କା ମାଗିବାରୁ ହଣାକଟା

ବାଲେଶ୍ବର: ଋଣ ଟଙ୍କା ମାଗିବାରୁ ହଟଣାକଟାରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ବାଲେଶ୍ବର ଜିଲାର ପରିଖି ଖଡ଼ିପାଇରେ ଋଣ ଟଙ୍କା ମାଗିବାରୁ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରାଉ ନ ଥିବାରୁ ମାଗିବାକୁ ମହିଳାଙ୍କ ଘରକୁ ଯାଇଥିଲେ। ଟଙ୍କା ନେଇଥିବା ଉତ୍ୟକ୍ତ ମହିଳା ପନିକିରେ ସମ୍ପୃକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ମହିଳାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି।

Comments are closed.