BJD Bijuli 480×75 Mob

ନାଉଗଡ଼ି ହତ୍ୟାକାଣ୍ଡ ; ହତ୍ୟାକାରୀଙ୍କ ଗିରଫ ଦାବିରେ ରାସ୍ତାରୋକ୍‌

BJD Bijuli 480×75 Mob
0

ବାଲେଶ୍ୱର : ଚାନ୍ଦିପୁର ଥାନା ଅଧୀନ ନାଉଗଡ଼ିରେ କୁକୁଡ଼ା କିଣାକୁ ନେଇ ଦୁଇ ଭାଇଙ୍କୁ ହତ୍ୟା କରାଯିବା ଘଟଣାର ଗୋଟିଏ ଦିନ ପରେ ଉତ୍ତ୍ୟକ୍ତ ଲୋକେ ହତ୍ୟକାରୀଙ୍କ ଗିରଫ ଦାବିରେ ରବିବାର ଅପରାହ୍ନରୁ ରାସ୍ତାରୋକ୍‌ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିମଟର ଅଟକି ରହିଛି । ସୂଚନା ଅନୁସାରେ ଝଗଡ଼ପାଢି ଅନ୍ତର୍ଗତ ନାଉଗଡ଼ି ଅଞ୍ଚଳର ବିଦୁଆ ଜେନା ଏକ କୁକୁଡା ଫାର୍ମ କରିଥିବାବେଳେ ତାଙ୍କ ଭାଇ ତପନ ଜେନା ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିଲେ । ଝଗଡ଼ପାଢି- ନାଉଗଡ଼ି ରାସ୍ତାରେ ଥିବା ବିଦୁଆଙ୍କ କୁକୁଡ଼ା ଫାର୍ମକୁ ଗତ ରାତିରେ କେତେକ ସ୍ଥାନୀୟ ଯୁବକ କୁକୁଡ଼ା କିଣିବାକୁ ଆସିଥିବାବେଳେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାତିରେ ବିଦୁଆ ଓ ତାର ଭାଇ କୁକୁଡ଼ା ଫାର୍ମ ବନ୍ଦ କରି ଘରକୁ ଫେରୁଥିବାବେଳ ଉକ୍ତ ଯୁବକମାନେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ରବିବାର ସ୍ଥାନୀୟ ଲୋକେ ସୁନହାଟ ଛକରେ ରାସ୍ତାରୋକ୍‌ କରିଛନ୍ତି ।

Leave A Reply