ସ୍ପଷ୍ଟ ଦିବାଲୋକରେ ୧୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ; ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ଲୁଟି ନେଲେ ୧୦ ଲକ୍ଷ ଟଙ୍କା ବଲେଶ୍ୱର ଜିଲ୍ଲା ସିମୂଳିଆ ଥାନା ଅନ୍ତର୍ଗତ ଡୁଙ୍ଗୁରା ବଜାରରେ ଜଣେ ବ୍ୟକ୍ତିଙ୍କ ଠାରୁ ମାରଣାସ୍ତ୍ର ଦେଖାଇ କିଛି ଦୁର୍ବୃତ୍ତ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି ସକାଳୁ ସକାଳୁ ଲୁଟେରା ମାନେ ମୁହଁରେ ମାକ୍ସ ଲଗାଇ ମାରଣାସ୍ତ୍ର ଦେଖାଇ ଏହି ଲୁଟ କରିଥିବା ଅଭିଯୋଗ କରିଛନ୍ତି ବ୍ୟକ୍ତି ଜଣକ

prayash

ସୂଚନା ଅନୁସାରେ, ଡୁଙ୍ଗୁରା ବଜାରରେ ଥିବା ଏସବିଆଇ ବ୍ୟାଙ୍କରୁ ଟଙ୍କା ନେଇ ସକାଳ .୦୦ଟା ବେଳେ ରାକେଶ ସାମଲ ଯାଉଥିଲେ ସେହି ସମୟରେ ଦୁଇଟି ବାଇକ ଯୋଗେ ଚାରିଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ରାକେଶଙ୍କୁ ବନ୍ଧୁକ ଭୁଜାଲି ଦେଖାଇ ତାଙ୍କ ବ୍ୟାଗ ଲୁଟ୍‌ କରିଥିଲେ ବ୍ୟାଗରେ ପ୍ରାୟ ୧୦ ଲକ୍ଷ ଟଙ୍କା ଥିଲା ବୋଲି ସେ କହିଛନ୍ତି ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତ ମାନଙ୍କୁ ପିଛା କରିଥିଲେ ମଧ୍ୟ ସେମାନେ ଖସି ପଳାଇବାରେ ସମର୍ଥ ହୋଇଛନ୍ତି ଲୁଟର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।

kalyan agarbati

Comments are closed.