www.samajalive.in
Monday, December 15, 2025
17.1 C
Bhubaneswar

ଧସୁଛି ମଠଖାଇ ପାହାଡ ଲୋକେ ଆତଙ୍କିତ

ବଲାଙ୍ଗୀର: ବଲାଙ୍ଗୀରରେ ସହରରେ ପ୍ରଥମେ ବର୍ଷାର ପ୍ରଭାବରେ ବନ୍ୟା ହୋଇଥିଲା ଓ ପାଣି ଘେରରେ ରହି ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଏବେ ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଥିବା ମଠଖାଇ ପାହାଡର ଏକ ଅଂଶ ଧସକି ଗଲା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି। ପାହାଡ ତଳି ଅଞ୍ଚଳରେ ବିଶେଷ କରି ଆଦିବାସୀ ଲୋକେ ବାସବାସ କରୁଥିବା ବେଳେ ସେମାନଙ୍କ ଜୀବନ ଜୀବିକା ଏଇଠି ରହିଛି। ଏହି ଜଙ୍ଗଲରୁ ବନଜାତ ଦବ୍ୟ ସଂଗ୍ରହ କରନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଗତ ଅଗଷ୍ଟ ମାସ ୧୩ ତାରିଖ ବର୍ଷାରେ ମଧ୍ୟ ସେଭଳି କିଛି ହୋଇନଥିଲା। କିନ୍ତୁ ସେହି ମାସ ୧୯ ତାରିଖରେ ଏହା କିଛି ଅଂଶ ଧସକୁ ଥିବା ଦେଖାଯାଇଥିଲା। ତେବେ ଗଲା ୨ ଦିନ ହେଲା ପାହାଡର ବଡ ବଡ ଅଂଶ ଧସକି ଯାଉଥିବାର ଦେଖାଦେଇଛି। କେବଳ ମଠଖାଇ ନୁହେଁ, ଗୁଜକି ଓ ଚାନ୍ଦଲି ପାହାଡ ଉପରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବିଜାଖମନ ବ୍ରିଜ ଉପରୁ ଛିଡା ହୋଇ ପାହାଡ ଆଡକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି। ଏହି ଠାରୁ ଆଗକୁ ପ୍ରାୟ ୫ କିମି ଗଲେ ମଠଖାଇ ମୁଖ୍ୟ ପାହାଡରେ ମଧ୍ୟ ଏହି ଭଳି ପଥର ଓ ମାଟି ଧସକି ଥିବାର ଦେଖାଦେଇଛି। ଯାହା ଫଳରେ ସ୍ଥାନୀୟ ଲୋକେ ଭୟରେ ଆଉ ପାହାଡ ଅଞ୍ଚଳକୁ ଯାଉନଥିବା ବେଳେ ଗଲା ୨ ସପ୍ତାହ ହେଲା ବନଜାତ ଦବ୍ୟ ସଂଗ୍ରହ ବନ୍ଦ ହୋଇଛି। ବର୍ଷା କେତେବେଳେ କେଉଁ ସମୟରେ ହେଉଛି ତାର ସଠିକ ତଥ୍ୟ ରହୁନଥିବା ବେଳେ ପ୍ରବଳ ବର୍ଷା ଲୋକଙ୍କ ପାଇଁ ଦାଉ ସାଧୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories