www.samajalive.in
Sunday, December 14, 2025
26.1 C
Bhubaneswar

ୟୁଏସ୍‍ ଓପନ ଫାଇନାଲରେ ୱିଲିୟମ୍‍ସ୍‍, ବିୟଙ୍କା, ରାଫେଲ୍‍ ଓ ଦାନିଲ୍‍

ନୂଆଦିଲ୍ଲୀ: ୟୁ.ଏସ୍‍. ଓପନ ମହିଳା ସିଙ୍ଗଲ୍‍ସ୍‍ ଫାଇନାଲରେ ସେରେନା ୱିଲିୟମ୍‍ସ୍‍ ଓ ବିୟଙ୍କା ଆଣ୍ଡ୍ରେସ୍କୁଙ୍କ ମଧ୍ୟରେ ରବିବାର ଅପରାହ୍ଣ ସାଢ଼େ ଗୋଟାଏବେଳେ ଫାଇନାଲ୍‍ ମ୍ୟାଚ୍‍ ଅନୁଷ୍ଠିତ ହେବ। ସେମିଫାଇନାଲରେ ୱିଲିୟମ୍‍ସ୍‍ ୟୁକ୍ରେନ୍‍ର ଏଲିନା ଭିତୋଲିନାଙ୍କୁ ୬-୩, ୬-୧ ସେଟରେ ପରାସ୍ତ କରିଥିବାବେଳେ କାନାଡ଼ାର ୧୯ ବର୍ଷୀୟ ଆଣ୍ଡ୍ରେସ୍କୁ ସ୍ୱିଜରଲ୍ୟାଣ୍ଡ୍‍ର ବେଲିଣ୍ଡା ବେଙ୍କିକ୍‍ଙ୍କୁ ୭-୬, ୭-୫ ସେଟରେ ହରାଇଥିଲେ। ୟୁ.ଏସ୍‍. ଓପନ୍‍ ଫାଇନାଲରେ ପହଞ୍ଚିବାରେ ସେ ହେଉଛନ୍ତି ପ୍ରଥମ କାନାଡା ମହିଳା।

ପୁରୁଷ ସିଙ୍ଗଲ୍‍ସ୍‍ ଫାଇନାଲରେ ୧୮ ଥର ଗ୍ରାଣ୍ଡ ସ୍ଲାମ୍‍ ସିଙ୍ଗଲ୍‍ସ୍‍ ଚାମ୍ପିୟନ୍‍ ରାଫେଲ୍‍ ନାଦାଲ୍‍ ଓ ରୁଷ୍‍ର ଦାନିଲ୍‍ ମେଦ୍‍ଭେଦେଭ୍‍ଙ୍କ ମଧ୍ୟରେ ଆସନ୍ତାକାଲି ମୁକାବିଲା ହେବ। ପ୍ରଥମ ସେମିଫାଇନାଲ୍‍ରେ ମେଦ୍‍ଭେଦେଭ୍‍ ଗ୍ରିଗୋର୍‍ ଦିମିତ୍ରୋଙ୍କୁ ୭-୬, ୬-୪ ଓ ୬-୩ ସେଟ୍‍ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପରାସ୍ତ କରିଥିବାବେଳେ ବିଶ୍ୱର ୨ ନମ୍ବର ଖେଳାଳି ସ୍ପେନ୍‍ର ନାଦାଲ୍‍ ଇଟାଲୀର ମାଟ୍ଟେଓ ବେରେତ୍ତିନିଙ୍କୁ ୭-୬, ୬-୪ ଓ ୬-୧ରେ ହରାଇ ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories