ପରଜଙ୍ଗ : ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ୮ଜଣ ନିଖୋଜ ହୋଇଛନ୍ତି। ଡଙ୍ଗାରେ ଥିବା ଅନ୍ୟ ୩ଜଣଙ୍କୁ ପହଁରା ଜାଣିଥିବାରୁ କୂଳକୁ ପଳାଇ ଆସିଛନ୍ତି। ଉଦ୍ଧାର ପାଇଥିବା ବ୍ୟକ୍ତିମାନେ ହେଲେ ଗଇଲୋ ଗ୍ରାମର ପ୍ରତାପ ସାହୁ, ସୁଗୁଲ ନାୟକ, ଲିପୁ ସାହୁ। ଘଟଣାଟି ଘଟିଥିଲା ବଡ଼ନିମର-ଖଡ଼ଗପ୍ରସାଦ ନଦୀ ଘାଟରେ। ଗଇଲୋ ଗ୍ରାମର କେତେକ ଶ୍ରମିକ ନଦୀ ପାର ହୋଇ ଭୂଷଣ କମ୍ପାନୀକୁ କାମ କରିବାକୁ ଯାଉଥିଲେ। ଶନିବାର ରାତି ୯ଟା ବେଳେ ଡଙ୍ଗାରେ ପାର ହୋଇ ଗ୍ରାମକୁ ଫେରୁଥିବା ବେଳେ ନଦୀ ମଝିରେ ଏକ କେବୁଲ ତାରରେ ଡଙ୍ଗା ଲାଗି ଯିବାରୁ ଏହା ବୁଡି ଯାଇଥିଲା। ଡଙ୍ଗାରେ ୧୧ଜଣ ଥିଲେ। ୧୧ଜଣଙ୍କ ମଧ୍ୟରୁ ୩ଜଣ ପହଁରି କୂଳରେ ଲାଗିଥିଲେ।
Popular Categories



