www.samajalive.in
Sunday, December 14, 2025
16.1 C
Bhubaneswar

ପେଟା ପଥର ଲିଜ କମ୍ପାନୀ ଚାଲୁ ରଖିବାକୁ ବିଧାୟକଙ୍କୁ ଦାବି ଜଣାଇଲେ ୮ ଗ୍ରାମବାସୀ

କାଲିମେଳା:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ପଞ୍ଚାୟତର ପେଟା ଗ୍ରାମରେ ଥିବା ପଥର ଖାଦାନ କୁ ଚାଲୁରଖିବାକୁ ପେଟା ସମେତ ଅନ୍ୟ ଗ୍ରାମର ଗ୍ରାମବାସୀ ମାଲକାନଗିରି ବିଧାୟକ ଆଦିତ୍ୟ ମାଢିଙ୍କୁ ଦାବି ଜଣାଇଛନ୍ତି।ଏ ନେଇ ଶନିବାର ପେଟା ଗ୍ରାମରେ ଏକ ସଭା ଅନୁଷ୍ଠିତ କରି ପଥର ଖାଦାନ ଚାଲୁରଖିବା ପାଇଁ ବିଧାୟକଙ୍କୁ ଗ୍ରାମବାସି ମାନେ ଦାବିପତ୍ର ଦେଇଛନ୍ତି। ଏହି ଦାବିପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ ଏହି ପଥର ଖାଦାନ ହେବା ଦ୍ୱାରା ପେଟା ,ଉରବାଲ୍ଲି ,କଣ୍ଡାପାଲ୍ଲୀ ,ଜିନେଲଗୁଡା, ଏମପିଭି-୫୫,ଏମଭି-୧୨୮,ପୁଶୁଗୁଡା,ରାମଭାରମ ଇତ୍ୟାଦି ଗ୍ରାମର ବହୁ ସଂଖ୍ୟାକ ଶ୍ରମିକ ଏହି ଉକ୍ତ ଖାଦାନରେ କାର୍ୟ୍ୟକରି ନିଜ ପରିବାର ପୋଷଣ କରୁଛନ୍ତି।ଅଧିକାଂଶ ଶିକ୍ଷିତ ଯୁବକ ଯୁବତୀଙ୍କୁ ଯୋଗ୍ୟତା ହିସାବରେ କମ୍ପାନୀରେ ନିଯୁକ୍ତି ପାଇ କାର୍ୟ୍ୟ କରୁଛନ୍ତି।ସୁଚନା ଥାଉକି କିଛିଦିନ ତଳେ ଜିଲ୍ଲାର ଏକ ରାଜନୈତିକ ଦଳର ପୁର୍ବତନ ସାଂସଦ ଉକ୍ତ ଖାଦନ ଅଂଚଳ ପରିଦର୍ଶନ କରିବା ସମୟରେ ଖାଦନ ବନ୍ଦ ପାଇଁ କମ୍ପାନୀକୁ ଚେତାବନୀ ଦେଇଥିଲେ।ଉକ୍ତ ଘଟଣା ବିଷୟରେ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଏହି ଅଂଚଳରେ ଆଜି ବିଧାୟକ ପହଂଚିବା ପରେ ଗ୍ରାମବାସି ମାନେ ଅଭିଯୋଗ ଲିଖିତ ଆକାରରେ ୧୫୦ ରୁ ଉର୍ଦ୍ଧ ପୁରୁଷ ମହିଳା ସ୍ୱାକ୍ଷର ଓ ଟିପ ଚିହ୍ନ ଦେଇ ଖାଦାନ ଚଳାଉଥିବା ବେନୁଗୋପାଳ କମ୍ପାନୀ ଚାଲିବା ସପକ୍ଷରେ ମତାମତ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories