www.samajalive.in
Saturday, December 6, 2025
26.1 C
Bhubaneswar

ବଲାଙ୍ଗିର ପୁଲିସର ଏନ୍‌କାଉଣ୍ଟର; କ୍ରିଷ୍ଣା ଗୁରୁତର

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। ପୁଲିସ ଆଖିରେ ଧୂଳି ଦେଇ ଅପରାଧୀ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ। ଅପରାଧୀଙ୍କ ଟେର୍‌ ପାଉନଥିଲା ପୁଲିସ। ହେଲେ ରବିବାର ସନ୍ଧ୍ୟାରେ ମୁହାଁମୁହିଁ ହୋଇଥିଲେ ପୁଲିସ-ଅପରାଧୀ। ପୁଲିସ ଜାଲରେ ପଡିବା ନେଇ ପୁଲିସ ଉପରକୁ ଗୁଳି ଚଲାଇଥିଲା କୁଖ୍ୟାତ ଅପରାଧୀ କ୍ରୀଷ୍ଣା କଟା। ପାଲଟା ଜବାବ ଦେଇଥିଲା ପୁଲିସ। ଖସି ପଲାଉଥିବା ବେଳେ କ୍ରିଷ୍ଣାର ବାମ ଗୋଡରେ ପୁଲିସର ୨ଟି ଗୁଳି ବାଜିଥିବା ଜଣାପଡିଛି। ଘଟଣାସ୍ଥଳରୁ ପୁଲିସ ତାକୁ ଉଦ୍ଧାର କରି ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ କ୍ରୀଷ୍ଣାକୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ପ୍ରକାଶ। ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ପୁଲିସ ତୁଷୁରା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା। ଦେଓଗାଁ ତୁଷୁରା ଛକଠାରେ ପୁଲିସ ଗାଡିରୁ ଓହ୍ଲାଇବା କ୍ଷଣି କ୍ରୀଷ୍ଣା ଗୁଳି ଚାଳନା କରିଥିଲା। ଗୁଳି ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ପାଲଟା ଜବାବ ଦେଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଶେଷରେ ପୁଲିସ ହାବୁଡରେ ପଡିଥିଲା କୁଖ୍ୟାତ ଅପରାଧୀ କ୍ରୀଷ୍ଣା। ସୂଚନାଯୋଗ୍ୟ ଯେ, ନୂଆପଡା ଜିଲା ବୋଡେନ ଥାନା ଅନ୍ତର୍ଗତ ଧର୍ଣ୍ଣମାଲ ଗାଁର ଦୁର୍ଦ୍ଧାନ୍ତ ଅପରାଧି କ୍ରୀଷ୍ଣା କଟା ନାଁରେ ବଲାଙ୍ଗିର ଜିଲାର ବିଭିନ୍ନ ଥାନାରେ ମାମଲା ରହିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories