www.samajalive.in
Saturday, December 6, 2025
26.1 C
Bhubaneswar

ପଦ୍ମଭୂଷଣ ଫେରାଇବାକୁ ଆନ୍ନାଙ୍କ ଧମକ

ରାଲେଗାଁ ସିଦ୍ଧି: ଲୋକପାଳ ନିଯୁକ୍ତି ଦାବିରେ ଆମରଣ ଅନଶନ ଆରମ୍ଭ କରିଥିବା ଆନ୍ନା ହଜାରେ ପଦ୍ମଭୂଷଣ ସମ୍ମାନ ଫେରାଇବେ ବୋଲି ଧମକ ଦେଇଛନ୍ତି। ଏନ୍‍ଡିଏ ଅଂଶୀଦାର ଶିବସେନା ପକ୍ଷରୁ ଆନ୍ନାଙ୍କୁ ସମର୍ଥନ ଜ୍ଞାପନ କରାଯିବା ସହିତ ତାଙ୍କୁ ଜୟପ୍ରକାଶ ନାରାୟଣଙ୍କ ସହିତ ତୁଳନା କରାଯାଇଛି। ଆନ୍ନାଙ୍କ ଦାବିକୁ ସମର୍ଥନ କରି ଏକ କୃଷକ ସଂଗଠନ ଓ ଯୁବକମାନେ ଅହମ୍ମଦାବାଦ-ପୁନେ ରାଜପଥକୁ ଅବରୋଧ କରିଥିଲେ। ଏଥିଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ୬ କିମି ପର୍ଯ୍ୟନ୍ତ ହଜାର ହଜାର ଯାନବାହନ ଅଟକି ରହିଥିଲା। ପୁଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଥିଲା। ଆସନ୍ତା ସୋମବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୫ ହଜାର କୃଷକ ଧାରଣା ଦେବେ ବୋଲି ଶନିବାର ଦିନ ଗ୍ରାମସଭାରେ ନିଷ୍ପତ୍ତି ହୋଇଛି।
ଆନ୍ନା ହଜାରେଙ୍କ ଚାପରେ କେନ୍ଦ୍ର ସରକାର ଲୋକପାଳ ଆଇନ୍‍ ପ୍ରଣୟନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଲୋକପାଳ ନିଯୁକ୍ତି କରିନାହାନ୍ତି। କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ଏବଂ କୃଷକଙ୍କ ପାଇଁ ସ୍ୱାମୀନାଥନ୍‍ ରିପୋର୍ଟ କାର୍ଯ୍ୟକାରୀ କରିବା ଦାବିରେ ଆନ୍ନା ହଜାରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲା ନିଜ ଗାଁ ରାଲେଗାଁ ସିଦ୍ଧିରେ ଗତ ବୁଧବାରଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଆମରଣ ଅନଶନ ରବିବାର ସୁଦ୍ଧା ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଖୁବ୍‍ ଶୀଘ୍ର ପଦକ୍ଷେପ ନ ନଲେ ସେ ପଦ୍ମଭୂଷଣ ଫେରାଇଦେବେ ବୋଲି ଆନ୍ନା କହିଛନ୍ତି। ୧୯୯୨ରେ ଆନ୍ନାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଇତିମଧ୍ୟରେ ଆନ୍ନାଙ୍କ ଓଜନ ୩.୮ କେଜି ହ୍ରାସ ପାଇଛି। ରକ୍ତଚାପ, ରକ୍ତସର୍କରା ସ୍ତର ବୃଦ୍ଧି ପାଇଛି। ଆନ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେବାକୁ ମହାରାଷ୍ଟ୍ର ସରକାରଙ୍କୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି। ସ୍ୱଚ୍ଛ ଗଙ୍ଗା ପାଇଁ ଆମରଣ ଅନଶନ ବେଳେ ଜୀବନ ହାରିଥିବା ସାମାଜିକ କର୍ମୀ ଜି ଡି ଅଗ୍ରୱାଲ୍‍ଙ୍କ ପରି ଜୀବନ ସହିତ ବାଜି ନଲଗାଇ ଜନଆନ୍ଦୋଳନକୁ ତୀବ୍ର କରିବାକୁ ଠାକ୍‍ରେ ଆନ୍ନାଙ୍କୁ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଗିରୀଶ ମହାଜନ୍‍ଙ୍କ ଭେଟିବାକୁ ଆନ୍ନା ମନା କରିଦେଇଛନ୍ତି।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories