www.samajalive.in
Saturday, December 6, 2025
14.1 C
Bhubaneswar

ରାସ୍ତା କଡ଼ରେ ଶୌଚରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ୮ ଗୁରୁତର

ବଲାଙ୍ଗିର: ରାସ୍ତାକଡରେ ଶୌଚ ହେବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୧୦ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।

ସୂଚନା ଅନୁସାରେ, ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅଏଁଲାସାରି ଗାଁ ମୁଣ୍ଡରେ ରହୁଥିବା ହରିଜନପଡ଼ାର ଲୋକେ ରାସ୍ତା କଡ଼ରେ ଶୌଚ କରନ୍ତି। ଏହାକୁ ଗାଁର ଅନ୍ୟ ଲୋକମାନେ ବିରୋଧ କରି ଆସୁଥିଲେ। ଗତକାଲି ରାତିରେ ହରିଜନପଡ଼ା ଓ ଗାଁର କିଛି ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ବି ହୋଇଥିଲା। ତେବେ ବୁଧବାର ଏହି ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଆଜି ସକାଳେ ଗାଁର ୬/୭ଜଣ ଲୋକ କାମ କରି ସକାଳୁ ଗାଁକୁ ଫେରୁଥିବା ବେଳେ ଗାଁ ସ୍କୁଲ ସମ୍ମୁଖରେ ହରିଜନପଡ଼ାର ୧୨/୧୫ଜଣ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଗାଁର ଟିହାଲୁ ଷାଣ୍ଢଙ୍କର ମୃତ୍ୟୁ ହୋଇଥିଲା। ଗୋଷ୍ଠୀ ସଂଘର୍ଷରେ ଗୋଟିଏ ପକ୍ଷର ୬ଜଣ ଓ ଅନ୍ୟ ପକ୍ଷରୁ ୨ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ବଲାଙ୍ଗିର ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ, ପୁଇଁନ୍ତଲା ଥାନା ଅଧିକାରୀ ବି.ରୁଦ୍ରିୟା ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ଏହା ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ନମୂନା ସଂଗ୍ରହ କରିଥିଲେ। ସନ୍ଦେହରେ ୧୦ଜଣଙ୍କୁ ପୁଲିସ ପଡ଼ାରୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ଆହତ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୪୨ ବର୍ଷୀୟ ଟିହାଲୁଙ୍କ ମୃତ୍ୟୁ ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଥିବା ବେଳେ କୌଣସି ଅପ୍ରୀତିକର ଘଟଣା ପ୍ରତି ପୁଲିସ୍‌ ସଜାଗ ଥିବା ଏସ୍‌ଡିପିଓ ଶ୍ରୀ ବାରିକ କହିଛନ୍ତି। ସେହିପରି ଆକ୍ରମଣକାରୀ ସନ୍ଦେହରେ ଥାନାରେ ଅଟକ ଥିବା ଲୋକଙ୍କୁ ପଚରା ଉଚୁରା ଜାରି ରହିଥିବା କହିଛନ୍ତି ପୁଇଁନ୍ତଲା ଥାନା ଅଧିକାରୀ ଶ୍ରୀ ରୁଦ୍ରିୟା। ମୃତକ ପରିବାରଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories