କରୋନା ନେଲା ସ୍ବାମୀଙ୍କ ଜୀବନ, ସହାୟତା ପାଇଁ ସ୍ତ୍ରୀଙ୍କ ନିବେଦନ

ବଲାଙ୍ଗିର:ବଲାଙ୍ଗିର ସଦର ବ୍ଲକର ଭୁତିଆରବାହାଲ ଗାଁ। ଏହି ଗାଁରେ ବିବାହିତା ସସ୍ମିତା ନନ୍ଦ ୪ ପୁଅ ଝିଅକୁ ନେଇ ରହନ୍ତି। ସ୍ୱାମୀ ଦାଦନ ଖଟିବାକୁ ଯାଇଥିଲେ। କରୋନା ସମୟରେ କେଉଁଠି ତାଙ୍କର ମୃତ୍ୟୁ ହେଲା ତାହା ଜଣା ନାହିଁ। ଖୋଜଖବର କିଛି ମିଳିଲା ନାହିଁ। କେବଳ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ସସ୍ମିତା ପାଇଛନ୍ତି। ଶେଷ ସମୟରେ ସ୍ୱାମୀଙ୍କ ମୁହଁକୁ ମନ ଭରି ଦେଖିବାରୁ ସସ୍ମିତା, ଝିଅ ରୁବି, ସତ୍ୟବାନ, ରୁପେଶ, ରୋହିଣୀ ବଞ୍ଚିତ ହେଲେ। ବହୁ କଷ୍ଟରେ ଚାରି ଛୁଆଙ୍କୁ ଧରି ପର ଘରେ ମୂଲ ଲାଗି ସସ୍ମିତା ଚଳୁଛନ୍ତି ଓ ପିଲାଛୁଆଙ୍କ ପ୍ରତିପୋଷଣ କରୁଛନ୍ତି। ଛୁଆମାନଙ୍କୁ କେମିତି ମଣିଷ କରିବେ ତାକୁ ନେଇ ଚିନ୍ତାରେ ସେ। ସମସ୍ତେ ମୋର ଦୁଃଖ ଦେଖୁଛନ୍ତି। କିଛି ସହାୟତା ପାଇଁ ନିବେଦନ କରୁଛି କିନ୍ତୁ କେହି ଶୁଶୁ ନାହାନ୍ତି। ଅନେକ ଦିନ ଭୋକଓପାସରେ ବଞ୍ଚିବାକୁ ପଡୁଛି। ସରକାର ଆମ ଦୁଃଖ ଟିକେ ଶୁଣନ୍ତୁ ଓ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସସ୍ମିତା ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ନିବେଦନ ରଖିଛନ୍ତି। ବିଧବା ସସ୍ମିତାଙ୍କୁ ଭତ୍ତା ସହ ଅନ୍ତୋଦୟ ଯୋଜନାରେ ଚାଉଳ ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ସହାୟତା ଯୋଗାଇ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ସମାଜସେବୀ ଅନୁରୋଧ କରିଛନ୍ତି।

kalyan agarbati

Comments are closed.